ଇତିହାସର ପୁନର୍ଲିଖନ ହେଉ, କହିଲେ ଶାହା

0

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀରେ ଆସାମ ସରକାରଙ୍କର ଗୋଟାଏ କାର୍ଯ୍ୟକ୍ରମରେ  ଅମିତ ଶାହ କହି‌ଛନ୍ତି, ମୁଁ ଇତିହାସର ଛାତ୍ର। ମୁଁ ବହୁବାର ଶୁଣିଛି ଯେ, ଆମ ଇତିହାସର ଉପଯୁକ୍ତ ଅବତାରଣା କରା ନ ଯାଇ କିଛି ପରିବର୍ତ୍ତନ କରାଯାଇଛି। ତାହା ହୁଏ ତ ଠିକ୍‌ ହୋଇଥାଇପାରେ। କିନ୍ତୁ, ଏବେ ଆମେ ତାହାକୁ ସଂଶୋଧନ କରିବା ଆବଶ୍ୟକ। ମୁଁ ଆପଣମାନଙ୍କୁ କହୁଛି, ଇତିହାସକୁ ଠିକ୍‌ ଓ ଗୌରବମୟ ଭାବେ ଉପସ୍ଥାପନା କରିବାରେ କିଏ ଆମକୁ ବାଧା ଦେଉଛି ବୋଲି ଶାହ କହିଛନ୍ତି।

ସୂଚନାଯୋଗ୍ୟ, ୧୭ଶ ଶତାବ୍ଦୀର ଆହୋମ୍‌ ଜେନେରାଲ୍‌ ଲଚିତ୍‌ ବାର୍‌ଫୁକନଙ୍କ ୪୦୦ତମ ଜୟନ୍ତୀ ଅବସରରେ ଆୟୋଜିତ ୩ଦିନିଆ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଶାହ ଉପରୋକ୍ତ କଥା କହିଛନ୍ତି। ତାଙ୍କରି ସ୍ମୃତିରେ ନଭେମ୍ବର ୨୪କୁ ଲଚିତ୍‌ ଦିବସ ରୂପେ ପାଳନ କରାଯାଏ।

ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ଏଠାରେ ବସିଥିବା ସମସ୍ତ ଶିକ୍ଷାର୍ଥୀ ଓ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ମାନଙ୍କୁ ଅନୁରୋଧ କରୁଛି, ବର୍ଣ୍ଣନାତ୍ମକ ତ୍ରୁଟିପୂର୍ଣ୍ଣ ଇତିହାସକୁ ବାଦ ଦେଇ ସେମାନେ ଦେଶର ବିଭିନ୍ନ ପ୍ରାନ୍ତରେ ୧୫୦ ବର୍ଷରୁ ଅଧିକ କାଳ ଶାସନ କରିଥିବା ୩୦ ରାଜବଂଶ ଏବଂ ସ୍ବାଧୀନତା ସଂଗ୍ରାମ କରିଥିବା ୩୦୦ ପ୍ରଖ୍ୟାତ ବ୍ୟକ୍ତିତ୍ବ ଉପରେ ଗବେଷଣା କରନ୍ତୁ। ସେମାନଙ୍କ ବିଷୟରେ ଯଥେଷ୍ଟ ଲେଖାଯିବା ପରେ ପ୍ରଚାର ହେଉଥିବା ମିଥ୍ୟା ବର୍ଣ୍ଣନା ଆଉ ରହିବ ନାହିଁ।

Leave A Reply

Your email address will not be published.