*ଜାତୀୟ ସ୍ତରୀୟ ଫ୍ୟାଶନ୍ ପ୍ରତିଯୋଗୀତାରେ ଓଡ଼ିଆ ପୁଅ ଝିଅଙ୍କ କମାଲ ; ରାଜ୍ୟ ପାଇଁ ସାଉଁଟିଲେ ଗୌରବ* 

0

ଭୁବନେଶ୍ବର( ୨୬ /୧୧): ସମୁଦ୍ର ଓ ବେଳାଭୂମିର ରାଜ୍ୟ ଗୋଆରେ ନିକଟ ଅତୀତରେ ‘ମିଷ୍ଟର ଆଣ୍ଡ ମିସ୍ ଚାର୍ମିଙ୍ଗ ଫେସ୍-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଫ୍ୟାଶନ ସମ୍ପର୍କିତ ପ୍ରତିଯୋଗୀତା ମୂଳକ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ୪୦ ଜଣଙ୍କୁ ପଛରେ ପକାଇ ଓଡ଼ିଶାର ଚାରିଜଣ ପୁଅ ଓ ଝିଅ ଭାଗ ନେଇ ରାଜ୍ଯ ପାଇଁ ଗୌରବ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ପୁରୁଷ ବର୍ଗରେ, ଢେଙ୍କାନାଳର ମହାବୀର ଶତପଥୀ ମିଷ୍ଟର ଇଣ୍ଡିଆ ଚାର୍ମିଙ୍ଗ ଫେସ-୨୦୨୨, ବ୍ରହ୍ମପୁରର ଏସ୍. ଅଜିତ କୁମାର ପାତ୍ର ମିଷ୍ଟର ଇଣ୍ଡିଆ ସୁପର -୨୦୨୨ ଏବଂ ମହିଳା ବର୍ଗରେ ରାଉରକେଲାର ଶ୍ରଦ୍ଧାଞ୍ଜଳି ତନ୍ତୀ ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ-୨୦୨୨ ଓ ଭୁବନେଶ୍ବରରର ପ୍ରୀତି ପ୍ରିୟଦର୍ଶିନୀ ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ଟୁରିଜିମ -୨୦୨୨ ର ବିଜୟିନୀ ହୋଇ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ।

ଓଡ଼ିଶାର ଜଣାଶୁଣା ଫ୍ୟାଶନ୍ ଏକାଡେମୀ ସସ୍ମିତା ପଣ୍ଡା ଫ୍ୟାଶନ୍ କ୍ଲୋନ ତଥା ଉପଦେଷ୍ଟା ସଚ୍ଚିକାନ୍ତ ଜେନା ଏବଂ ପ୍ରଣୟ ଜେଠୀ ଙ୍କ ପକ୍ଷରୁ ଯୁବକ ଯୁବତୀମାନଙ୍କୁ ନେଇ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେମାନେ ନିର୍ବାଚିତ ହୋଇଥିଲେ ଏବଂ ଗୋଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ରାଜ୍ୟର ପ୍ରତିନିଧିତ୍ୱ କରି ଶେଷରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.