ରାଣୀ ପଣ୍ଡାଙ୍କ କାର ଧକ୍କାରେ ଯୁବକ ମୃତ

0

ଆଠଗଡ଼ : କଟକ ଜିଲ୍ଲା ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ବାଇକ୍ ସହ ତାଙ୍କ କାର୍‌ର ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରଙ୍କର କିଛି ହୋଇ ନାହିଁ। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା। ତାଙ୍କୁ ୨୮ ବର୍ଷ ହୋଇଥିଲା।

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରାଣୀ ପଣ୍ଡା ବିବାହ ଭୋଜିରୁ ଘରକୁ ଫେରୁଥିଲେ। ଏହି ସମୟରେ ଡାଳଖାଇ ଛକ ନିକଟରେ ତାଙ୍କ କାର୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ୍‌ ଆରୋହୀ ସୁକାନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.