ପୁଣି ଗାଡ଼ିକୁ ନେଇ କେନ୍ଦ୍ର ସରକାରଙ୍କୁ ନୂଆ ନିୟମ ଜାଣନ୍ତୁ କଣ

0

ନୂଆଦିଲ୍ଲୀ: ଏଣିକି ଆଉ ରାସ୍ତାରେ ଗଡ଼ି ପାରିବନି ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି। ସରକରୀ ମାଲିକାନାରେ ଥିବା କିମ୍ବା ସରକାରୀ ଉଦ୍ୟୋଗ ଦ୍ୱାରା ପରିଚାଳତି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଙ୍ଗ୍ ପଲିସି ଅଧିନକୁ ଆଣିଛନ୍ତି କେନ୍ଦ୍ର ସରକାର।

ପୂର୍ବରୁ ଘରୋଇ ଓ ବ୍ୟବସାୟୀକ ଯାନ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏ ସମ୍ପର୍କୀତ ନିୟମାବଳୀ ସବୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ସରକାରୀ କିମ୍ବା ସରକାରୀ ଉଦ୍ୟୋଗ ମାଲିକାନାରେ ଥିବା ବସ, ଟ୍ରକ୍ ଓ କାର ଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ, ଏହାକୁ ଆଉ ରାସ୍ତାରେ ଚାଲିବା ଲାଗି ଅନୁମତି ମିଳିବ ନାହିଁ।

ଗଡ଼କରୀ କହିଛନ୍ତି କେନ୍ଦ୍ର ସରକାର ଏହି ପଲିସିକୁ ଅନୁମୋଦନ କରିଛନ୍ତି। ଏବେ ରାଜ୍ୟ ସରକାରଙ୍କ ନିକଟକୁ ନିୟମାବଳୀ ପଠାଯାଇଥିବା ବେଳେ ରାଜ୍ୟ ଗୁଡ଼ିକ ମଧ୍ୟ ଏହାର ପାଳନ କରିବା ଦରକାର। କେନ୍ଦ୍ର ସରକାର ୨୦୧୮ରେ ଦେଶରେ ପ୍ରଥମ କରି ସ୍କ୍ରାପେଜ୍ ପଲିସି ଆଣିଥିବା ବେଳେ ଅଗଷ୍ଟ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟୋମେଟିଭ ସ୍କ୍ରାପେଜ୍ ପଲିସିର ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.