ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର

0

ପଦ୍ବପୁର: ପଦ୍ମପୁରରେ ଉପନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର। ସେଠାରେ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି ବିଜେପିର ହେଭିୱେଟ୍ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ଜନସଭା, ରୋଡ‌ସୋ’ ଏବଂ ପଦଯାତ୍ରା କରିଛନ୍ତି। ସକାଳ ସାଢ଼େ ୧୧ଟାରୁ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ତାଙ୍କର ଭାଷଣରେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜବରଦସ୍ତ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୨ ବର୍ଷ ଧରି ଓଡ଼ିଶାରେ ଶାସନ କଲା ବିଜେଡି ସରକାର। କିନ୍ତୁ ଏ ସମୟ ଭିତରେ ଲୋକଙ୍କୁ ବିଜେଡି ସରକାର କାମ ଯୋଗାଇ ପାରିଲେ ନାହିଁ। ଯେଉଁଥିପାଇଁ ଆଜି ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ନିର୍ବଚନ ବେଳେ ସବୁଠି ମୁଖ୍ୟମନ୍ତ୍ରୀ କହୁଛନ୍ତି ‘ଦାୟିତ୍ବ ମୋର’ । କିନ୍ତୁ ମୁଖ୍ୟମନ୍ତ୍ରୀ କିପରି ଦାୟିତ୍ବ ନିର୍ବାହ କରିଛନ୍ତି ସେ ନେଇ ବିଧାନସଭାରେ ପ୍ରଶ୍ନ କଲେ ସେପଟୁ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ଚାଲିଛି। ପୁଣି ଗତ ୨୨ବର୍ଷ ହେଲା ଗୃହ ବିଭାଗର ଦାୟିତ୍ୱ ନବୀନ ବାବୁଙ୍କ ହାତରେ। ହେଲେ ଓଡ଼ିଶାରେ ଦୁଷ୍କର୍ମ ବଢି ବଢି ଚାଲିଛି।

ଆନ୍ଦୋଳନ ଭିତରୁ ଜନ୍ମ ନେଇଛନ୍ତି ପ୍ରଦୀପ ପୁରୋହିତ। ତାଙ୍କୁ ଏତେ ଡର କାହିଁକି। ବିଜେଡି ସରକାର ୨୨ବର୍ଷରେ ଯାହା କରିଲେ। ଏଇ ୧୮ ମାସରେ କଳ ବଳ କୌଶଳ ପଇସା ଲଗେଇ ନିର୍ବାଚନ ଲଢେଇ କରିବାକୁ ଆସିଛନ୍ତି। ସରକାରୀ ଦଳକୁ ଏହର ଜବାବ ଦେବେ ପଦ୍ମପୁରବାସୀ। ମୋଦି ଦେଉଥିଲେ ଧାନ କିଣାର ପଇସା। ନବୀନ ବାବୁଙ୍କ ସରକାର ଟଙ୍କା ହଡ଼ପ କରୁଛନ୍ତି। ନବୀନ ବାବୁ କେବେ ପ୍ରଧାନମନ୍ତ୍ରୀଙ୍କୁ ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି? ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକାର ଜାବାଵ ଦେବେ ପ୍ରଦୀପ ପୁରୋହିତ। ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି?

Leave A Reply

Your email address will not be published.