୨ରେ ପଦ୍ମପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ

0

ଭୁବନେଶ୍ୱର (ଆମ ଟିଭି): ଦିନ ଯେତିକି ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ ମାହୋଲ ସେତେ ସରଗରମ ହେଉଛି । ଏହାରି ଭିତରେ ପଦ୍ମପୁର ଉପ-ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରୁ ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ୟ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ । ବିଜେପି ପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ତେଣୁ ପଦ୍ମପୁର ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କ’ଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ଧାମନଗର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯାଇନଥିଲେ । ଭର୍ଚୁଆଲରେ ସେ ପ୍ରଚାର କରିଥିଲେ । ଏବେ ପଦ୍ମପୁରକୁ ପ୍ରଚାର ପାଇଁ ଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ବିଜେପି ମଦ୍ୟ ୨ ତାରିଖ ଦିନ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ।

Leave A Reply

Your email address will not be published.