ସିନେମା ହଲରେ ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା
ସିନେମା ହଲରେ ରିଲିଜ ହୋଇଛି ଓଡ଼ିଅ। ପ୍ରତୀକ୍ଷା । ପ୍ରଥମ ଦିନରେ ହାଉସଫୁଲ ସହିତ ଅ।ଗେଇ ଚାଲିଛି ଚଳଚିତ୍ର । ଓଡ଼ିଅ। ଚଳଚିତ୍ରକୁ ନୁଅ। ଦିସା ଦେଇଥିବା ଦମନ ପରେ ପ୍ରତୀକ୍ଷାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରକୃତ ନିଚ୍ଛକ ଓଡ଼ିଅ। ମଧ୍ୟମିତ ପରିବାରର ନିତିଦିନର ଘଟଣା ବଳିକୁ ନେଇ ଚଳଚିତ୍ର ନିର୍ମାଣ ହୋଇଛି । ଏଥିରେ ମଧ୍ୟମିତ ପରିବାରର ଯୁବକର ଚାକିରି ପାଇଁ ସଂଘର୍ଷ ସହିତ ଜୀବନରେ ବାପାଙ୍କର ଭୁମିକାକୁ ନେଇ ବେସ୍ ଭଲଭାବରେ ଚିତ୍ରଣ କରାଯାଇଛି ।

ଅନ୍ୟ କୌଣସି ଚଳିଚତ୍ରର ରିମେକ ଓ କପି ହୋଇନଥିବାରୁ ଏହାର କାହାଣୀ ଦର୍ଶକଙ୍କ ମନକୁ ଛୁଇପାରିଛି । ଅ।ଗକୁ ଏହି ଚଳଚିତ୍ର ସମସ୍ତଙ୍କର ପସନ୍ଦ ହେବ ବୋଲି ପ୍ରଥମ ଦିନରୁ ଚଳଚିତ୍ରର ନିର୍ମାତା, ନିର୍ଦେଶକ , କଳାକାର କହିଛନ୍ତି । ପ୍ରିମିୟର ଅବସରରେ ସିନେମା ହଲରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ,ଅଭିନେତା ମନୋଜ ମିଶ୍ର,ପାର୍ଥସାରଥି, ଉଷଶ୍ରୀ ମିଶ୍ର, ପିଣ଼୍ଟ ନନ୍ଦ, ରବି ମିଶ୍ର, ଓ ଅନେକ ସିନେ କଳାକାର ପହଞ୍ଚି ସିନେମା ଦେଖିଥିଲେ ।