ପୁଣି ମୁହାଁମୁହିଁ ହେଲେ ଚୀନ ଓ ଆମେରିକା

0

ନୂଆଦିଲ୍ଲୀ: ଚୀନ୍‌କୁ ମୁହଁତୋଡ ଜବାବ ଦେଲା ଆମେରିକା। ଚୀନ୍‌ର ବିରୋଧକୁ ଉଚିତ ଜବାବ ଦେଇ ଭାରତ ସହ ଠିଆ ହେଲା। ଉତ୍ତରାଖଣ୍ଡରେ ଚାଲିଥିବା ଭାରତ ଓ ଆମେରିକା ସେନାର ମିଳିତ ଯୁଦ୍ଧାଭ୍ୟାସକୁ ଚୀନ୍ ଆପତ୍ତି ଉଠାଇଥିଲା। ଏବେ ଏହାକୁ ବିରୋଧ କରି ଆମେରିକା ଭାରତ ସହ ଠିଆ ହେବାକୁ ଘୋଷଣା କରିଛି।

ଭାରତରେ ଥିବା ଆମେରିକାର ଚାର୍ଜ ଡି ଆଫେଆର୍ ଏଲିଜାବେଥ ଜୋନ୍ସ କହିଛନ୍ତି, ଆମେରିକା ଓ ଭାରତ ସେନର ମିଳିତ ଯୁଦ୍ଧାଭ୍ୟାସ ସହ ଚୀନ୍‌ର କୌଣସି ସମ୍ପର୍କ ନାହିଁ। ସେ ଏଥିରେ ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ। ଭାରତକୁ ଅଧିକ ଦକ୍ଷ ଦେଶ କରିବା ପାଇଁ ନୂଆଦିଲ୍ଲୀର ପ୍ରୟାସରେ ୱାଶିଂଟନ୍ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି। ଆମେରିକା ପାଇଁ ଭାରତ-ଆମେରିକା ସମ୍ପର୍କ ଅନ୍ୟତମ ଏବଂ ୱାଶିଂଟନ୍ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ଭାଗିଦାରୀ ହେବା ସମ୍ଭାବନା ରହିଛି।

ଉତ୍ତରାଖଣ୍ଡର ଓଲିରେ ଚାଲିଥିବା ଆମେରିକା-ଭାରତର ମିଳିତ ଯୁଦ୍ଧାଭ୍ୟାସକୁ ଚୀନ୍ ବୁଧବାର ବିରୋଧ କରିଥିଲା। ଚୀନ୍ କହିଥିଲା, ଯେଉଁଠି ଏହି ମିଳିତ ସମରାଭ୍ୟାସ ଚାଲିଛି ତାହା ଏଲ୍‌ଏସି ଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି । ଏହି ଅଭ୍ୟାସ ୧୯୯୩ ଏବଂ ୧୯୯୬ ମସିହାରେ ଚୀନ୍ ଏବଂ ଭାରତ ମଧ୍ୟରେ ହୋଇଥିବା ଦୁଇ ସୀମା ସୁରକ୍ଷା ଚୁକ୍ତି ବିରୋଧୀ ଅଟେ।

Leave A Reply

Your email address will not be published.