ପୁଷ୍ପା ଫିଲ୍ମ ନିର୍ମାତାଙ୍କ ଘରେ ରେଡ

0

ହାଇଦ୍ରାବାଦ: ତେଲୁଗୁ ପ୍ରଡକ୍ସନ କମ୍ପାନୀ ମୈତ୍ରୀ ମୁଭି ମେକର୍ସ ଆୟକର ବିଭାଗ ଜାଲରେ ଫସିଛି। ପ୍ରଡକ୍ସନ କମ୍ପାନୀରେ ବିଦେଶୀ ଫଣ୍ଡିଂ ବ୍ୟବହାର ହୋଇଥିବା ନେଇ ସନ୍ଦେହ କରିଛନ୍ତି ଆଇଟି ଅଧିକାରୀ। ଏହି କାରଣରୁ ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍ ହୋଇଛି। ସୋମବାର ସାକଳୁ ହୋଇଥିବା ଚଢ଼ାଇ ସନ୍ଧ୍ୟା ଯାଏଁ ଜାରି ରହିଥିଲା।

ଏହି ଫିଲ୍ମ ପ୍ରଡକ୍ସନ କମ୍ପାନୀର ତିନି ଜଣ ମାଲିକ ରବିଶଙ୍କର, ନବୀନ ଅର୍ଣ୍ଣେନୀ ଓ ଚେରୁକୁରୀ ମୋହନଙ୍କ ଘର ସମେତ ମୋଟ ୧୫ଟି ସ୍ଥାନରେ ଆଇଟି ରେଡ୍ କରିଥିଲା। ଆଇଟି ଅଧିକାରୀମାନେ ଭିନ୍ନ ଭିନ୍ନ ରାଜ୍ୟ ଦେଇ କମ୍ପାନୀର ମୁଖ୍ୟ ଅଫିସ ଥିବା ହାଇଦ୍ରାବାଦରେ ପହଞ୍ଚିଥିଲେ। ତେବେ ଫିଲ୍ମ ପ୍ରଡକ୍ସନ ତରଫରୁ କିନ୍ତୁ ଏହି ଚଢ଼ାଉ ନେଇ କୌଣସି ଅଫିସିଆଲ୍ ସୂଚନା ଦିଆଯାଇ ନାହିଁ।

ମୈତ୍ରୀ ପ୍ରଡକ୍ସନ କମ୍ପାନୀ ସାଉଥରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇସାରିଛି। ଫିଲ୍ମ ପୁଷ୍ପା ଡିସେମ୍ବର ୨୦୨୧ରେ ରିଲିଜ ହୋଇଥିଲା ।

Leave A Reply

Your email address will not be published.