ଓକିଲଙ୍କ ଆନ୍ଦୋଳନଙ୍କୁ ନେଇ ଏମିତି କହିଲେ ଦେବିପ୍ରସାଦ ମିଶ୍ର

0

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ବିଜେଡି ଉପସଭାପତି କହିଛନ୍ତି, ସେମାନେ ଯାହା କହୁଛନ୍ତି ଅବନ୍ତର କଥା। ଝୁଣ୍ଟି ପଡ଼ିଲେ ସରକାର ଦାୟୀ କହିବା ଅବାନ୍ତର କଥା। ସୁପ୍ରିକୋର୍ଟଙ୍କ ନିର୍ଦେଶ କିପରି ଅନୁପାଳନ କରାଯିବ ସେ ନେଇ ନିର୍ଦ୍ଦେଶ ଅଛି। ବାକି କଣ ପ୍ରୋସେସ, ପଶ୍ଚିମାଞ୍ଚଳରେ କେଉଁଠି ହେବ ଓ ତାଙ୍କର ଅଧିବକ୍ତା ସଂଘ ଯାହା କହିବେ ସେ ଅନୁସାରେ ହେବ। ଖାଲି ବ୍ଲେମ୍ ଗେମ୍ କଲେ ହେବନି। ସରକାରଙ୍କ ଉପରେ ଦୋଷ ଲଦିବା ଠିକ୍ ନୁହେଁ, ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ।

ସୂଚନାଯୋଗ୍ୟ, ସମ୍ବଲପୁରରେ ଚାଲିଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୁଁ ଆନ୍ଦୋଳନର ଅଂଶ ବିଶେଷ ।

ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ। କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ କହିଛନ୍ତି, ଓଡ଼ିଶା ସରକାରଙ୍କ ତରଫରୁ କୌଣସି କଂକ୍ରିଟ ପ୍ରସ୍ତାବ ଦେଇନାହାନ୍ତି। ରାଜ୍ୟ ସରକାର ଟାଳଟୁଳ ନୀତି କରୁଛନ୍ତି।ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ବିଧିବଦ୍ଧ ପ୍ରସ୍ତାବ ସରକାର କାହିଁକି ଆଣୁନାହାନ୍ତି। ରାଜ୍ୟ ସରକାର ଖେଳିବାକୁ ଚାହୁଁଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ହତାଦର ରହିଛି।ପଶ୍ଚିମ ଓଡ଼ିଶାବାସୀଙ୍କ ସମସ୍ୟାଗୁଡିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି।

Leave A Reply

Your email address will not be published.