ଇସ୍ତଫା ଦେଲେ ହ୍ୱାଟ୍ସଆପ୍ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟି

0

ନୂଆଦିଲ୍ଲୀ(ଆମ ଟିଭି): ହ୍ୱାଟ୍ସଆପକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ହ୍ୱାଟ୍ସଆପରୁ ପୂର୍ବରୁ ଏକାଧିକ ଅଧିକାରୀ ମେଟା ଛାଡ଼ିଥିବା ବେଳେ ଏବେ ହ୍ୱାଟସଆପ୍ର ଇଣ୍ଡିଆନ ପେମେଣ୍ଟ ବିଜନେନ ବା ହ୍ୱାଟସଆପ୍ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମାତ୍ର ୪ ମାସ ତଳେ କମ୍ପାନୀରେ ଯୋଗ ଦେଇଥିଲେ। ହେଲେ ୪ ମାସ ପରେ ସେ ହଠାତ୍ ହ୍ୱାଟସଆପ୍କୁ ବାଏବାଏ କହିଛନ୍ତି।

ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରି ବିନୟ କହିଛି ଯେ ମୁଁ ମୋର ଆଗାମୀ ଯାତ୍ରାରେ ବାହାରିଛି। ତେବେ ମୋର ବିଶ୍ୱାସ ଯେ ଭାରତରେ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ କାରବାରରେ ସଂସ୍କାର ଆଣବା ପାଇଁ ହ୍ୱାଟସଆପ୍ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଆଗାମୀ ବର୍ଷଗୁଡ଼ିକରେ କମ୍ପାନୀ ଶୀର୍ଷରେ ପହଞ୍ଚୁ ବୋଲି ମୁଁ ଦେଖିବାକୁ ଚାହୁଁଛି। ମୋର ଆଶା ସେମିତି ସବୁ କିଛି ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.