ଭୁବନେଶ୍ବର‌ରେ ଅଭିନେତ୍ରୀ ଉଦିତା ଗୋସ୍ବାମୀ 

0

ଭୁବନେଶ୍ୱର : ଭୁବନେଶ୍ୱରରେ ନାଇଟ କ୍ଳବ ‘କନେକ୍ଟ’ ଉଦଘାଟିତ ହୋଇଯାଇଛି । ବମ୍ବେ ସୁନ୍ଦରୀ ତଥା ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଏହାକୁ ଉଦଘାଟନ କରିଥିଲେ‌ । ଅନ୍ୟମାନଙ୍କ ମଧ୍ୟରେ ବିଗବସ୍ ପ୍ରତିଯୋଗୀ ତଥା ଫ୍ୟାସନ ଡିଜାଇନର ସବ୍ୟସାଚୀ ଶତପଥି, ଉପସ୍ଥାପିକା ଲିପ୍ସା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ତେବେ ଉଦିତା ନିଜ ଅନ୍ଦାଜରେ ଡିଜେ ବଜାଇ ଲୋକଙ୍କୁ ମତୁଆଲା କରିଥିଲେ ।

ଶେଷରେ ଓଡ଼ିଆ ଖାଦ୍ୟ ଡାଲମା ଖାଇବା ସହ ଏହାର ତାରିଫ୍ କରିଥିଲେ । “କନେକ୍ଟ”ର ମାଲିକ ରୁଦ୍ର ନାରାୟଣ ମହାନ୍ତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଭୁବନେଶ୍ୱରକୁ ଝୁମାଇବାକୁ କନେକ୍ଟ ଆରମ୍ଭ ହୋଇଛି । ଆକର୍ଷଣୀୟ ଅଫର ସହ ମନ ପସନ୍ଦର ଜିନିଷ ମିଳିବ ଏଠାରେ । ପ୍ରଥମ ଥର ରୁପ୍ ଟପ୍ ରେଷ୍ଟୁରାଣ୍ଟ ସହ ଡ୍ୟାନସ ଫ୍ଲୋର କନସେପ୍ଟ ଓଡିଶାରେ ପ୍ରଥମ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.