ଆଜି ଭାରତୀୟ ନୌସେନାରେ ସାମିଲ ହେବ ଆଇଏନଏସ ମୋର୍ମୁଗାଓ

0

ନୂଆଦିଲ୍ଲୀ (ଆମ ଟିଭି): ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ । ଆଜି ନୌସେନାରେ ସାମିଲ ହେବ ଆଇଏନଏସ୍ ମୋର୍ମୁଗାଓ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ ହେଉଛି ଆଇଏନ୍ଏସ୍ ମୋର୍ମୁଗାଓ ।

ଭାରତ ମହାସାଗରରେ ଚୀନ୍ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିବେ ।

Leave A Reply

Your email address will not be published.