ଅର୍ଚ୍ଚନା କେଳେଙ୍କାରୀ ମାମଲା: ସରିଲା ରିମାଣ୍ଡ, କୋର୍ଟରେ ହେବେ ହାଜର

0

ଭୁବନେଶ୍ୱର (ଆମ ଟିଭି): ଆଜି ସରିବ ଅର୍ଚ୍ଚନାଙ୍କ ରିମାଣ୍ଡ । ମନି ଲଣ୍ଡ୍ରରିଂ ମାମଲାରେ ଶେଷ ହୋଇଛି ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି । ସୋମବାର ଇଡି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବ । ତେବେ ତାଙ୍କୁ ଆଉ ରିମାଣ୍ଡରେ ଆଣିବାକୁ ଇଡି ଅବେଦନ କରିବ ନାହିଁ ବୋଳି ଜଣାପଡିଛି ।

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଶନିବାର ୧୨ ଘଂଟା ଜେରା କରିଥିଲା ଇଡି । ପରେ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଇଥିଲା । ଜେରା ସମୟରେ ଉଭୟ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ପରସ୍ପର ବିରୋଧରେ କିଛି ଟିପ୍ପଣୀ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.