ଜାନୁଆରୀ ପହିଲାରୁ କଟକରେ ଗଡିବନି ଭାରି ଯାନ

0

କଟକ (ଆମ ଟିଭି): ଓଡ଼ିଶାରେ ଆରମ୍ଭ ହୋଇଗଲାଣି ହକି ଫିବର । ହକି ବିଶ୍ୱକପ୍ ପାଇଁ ସବୁଠି ଚଳଚଞ୍ଚଳ । ଏହାରି ଭିତରେ ଜାନୁଆରୀ ପହିଲାରୁ ଅସନ୍ତା ୧୨ ତାରିଖ ଯାଏଁ କଟକ ରାସ୍ତାରେ ଗଡିବନି ଭାରୀଯାନ । ପୁରୁଷ ହକି ବିଶ୍ୱ କପ୍ ୨୦୨୩ର ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଭାରୀଯାନ ଚଳାଚଳ ଯଥା, ଟ୍ରକ ଟିପ୍ପର, ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ପରିବହନ ଉପରେ କଟକଣା ଲଗାଯାଇଛି ।

କଟକ ସହର ସୀମାଠାରୁ ଭୁବନେଶ୍ୱର ପର୍ୟ୍ୟନ୍ତ ଜାନୁଆରୀ ପହିଲାରୁ ଜାନୁଆରୀ ୧୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ । ଆସନ୍ତା ୧୧ ତାରିଖରେ ବାରବାଟି ଷ୍ଟାଡିୟମରେ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହକୁ ଆସୁଥିବା ଅତିଥି ଓ ଦର୍ଶକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତାୟାତ ସୁବିଧା ଦୃଷ୍ଟିରୁ ଏହି କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

Leave A Reply

Your email address will not be published.