କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ନୂଆଦିଲ୍ଲୀ: ସାରା ବିଶ୍ୱକୁ ପୁଣି ଥରେ କଲବଲ କରିବା ଆରମ୍ଭ କରିଛି ମହାମାରୀ କରୋନା। ଦେଶରେ ଚୀନ୍ରେ ଆତଙ୍କ ଖେଳାଇଥିବା ଓମିକ୍ରନ୍ର ସବ୍ଭାରିଏଣ୍ଟ ବିଏଫ୍.୭ ଚିହ୍ନଟ ହେବା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି ସରକାର। ଆଜି ପ୍ରଧାନମନ୍ତ୍ରୀ ମୋଦି କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏଥିପାଇଁ ଆଜି ଅପରାହ୍ଣରେ ମୋଦି ଉଚ୍ଛସ୍ତରୀୟ ସମୀକ୍ଷା ବୈଠକ ଡାକିଛନ୍ତି।
ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବେ।ଦେଶରେ ଦେଖା ଦେଇଥିବା ନୂଆ ଭାରିଏଣ୍ଟ ନେଇ ମୋଦି ଆଲୋଚନା କରିବେ।
ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦେଶରେ କରୋନା ସ୍ଥିତର ସମୀକ୍ଷା କରିଥିଲେ। ସେହିପରି ଆଜି ଅନେକ ରାଜ୍ୟ ସରକାର କରୋନା ସ୍ଥିତି ନେଇ ବୈଠକ କରୁଛନ୍ତି। ଦିଲ୍ଲୀ, ଉତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ବୈଠକ କରୁଛନ୍ତି। ମହାରାଷ୍ଟ୍ରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ, ସାରା ବିଶ୍ୱରେ ଦ୍ରୁତ ଗତିରେ ବଢ଼ି ଚାଲଇଛି ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନର ସବ୍ଭାରିଏଣ୍ଟ ବିଏଫ୍.୭ର ତିନୋଟି ମାମଲା ସାମ୍ନାକୁ ଆସିଛି। ଗୁଜରାଟରେ ଦୁଇଟି ଓ ଓଡ଼ିଶାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି।