କରୋନା ପାଇଁ ଚିନ୍ତାରେ WOH
ନୂଆଦିଲ୍ଲୀ: ଚୀନ୍ରେ ତାଣ୍ଡବ ରଚିଛି ମହାମାରୀ କରୋନା। ବଢ଼ୁଥିବା ସଂକ୍ରମଣକୁ ନେଇ ଏବେ ପୂରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ପ୍ରତି ସପ୍ତାହରେ ଚୀନ୍ରେ କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏହାକୁ ଦେଖି ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ଡବ୍ଲୁଏଚ୍ଓ ଚିନ୍ତା ପ୍ରକଟ କରିଛି।
ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଗେବ୍ରିୟେସସ ବୁଧବାର ପୁଣିଥରେ ଚୀନ୍କୁ କରୋନା ସମ୍ପର୍କିତ ତଥ୍ୟ ମାଗିଛନ୍ତି। ସେ କହିଛନ୍ତି, ଚୀନ୍ରେ ବଢ଼ୁଥିବା ସଂକ୍ରମଣ ବେଶ୍ ଚିନ୍ତାଜନକ। ଏଠାକାର ଜିରୋ କୋଭିଡ ପଲିସି ନୀତି ହଟିବା ପରେ କରୋନା ସଂକ୍ରମଣ ଅହେତୁକ ଭାବେ ବଢ଼ି ଚାଲିଛି। ତେଣୁ ଚୀନ୍ ପୂରା ତଥ୍ୟ ସମସ୍ତଙ୍କ ଆଗରେ ରଖିବା ଉଚିତ।