ଚୀନର କରୋନାକୁ ନେଇ ଚିନ୍ତା ନରିବାକୁ କହିଲେ ଜନସ୍ଵାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର: ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଚୀନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ। ଅନ୍ୟ ଦେଶରେ ବଢୁଛି, କିନ୍ତୁ ଆମର ସେଭଳି ସ୍ଥିତି ନାହିଁ। କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହିବ ହେବନି। ତେଣୁ ଲକଡାଉନ ଓ ସଟଡାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡିବ। ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ।
ଜନସ୍ଵାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, ଭାରତରେ ଲୋକଙ୍କର ହାର୍ଡ ଇମ୍ୟୁନିଟି ଭଲ ଅଛି। ତେଣୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ। ହକି ବିଶ୍ୱକପ ଓ ନୂଆ ବର୍ଷ ନେଇ ଆସନ୍ତା କାଲି ବୈଠକରେ ନିଷ୍ପତ୍ତି ନିଆଯିବ। ତା ସହ କୋଭିଡ କଟକଣା ନେଇ ଯେଉଁ ଜରିମାନା ବ୍ୟବସ୍ଥା ରହିଥିଲା ସେ ନେଇ ବି ନିଷ୍ପତ୍ତି ନିଆଯିବ।
ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭଗ ତତ୍ପର ହୋଇଉଠିଛି। ଏନେଇ , ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମସ୍ତେ ମାକ୍ସ ପିନ୍ଧନ୍ତୁ। ବିଶେଷ କରି ଗହଳି ସମୟରେ ମାକ୍ସ ପିନ୍ଧିବାକୁ ଭୁଲନ୍ତୁ ନାହୁଁ। ଏହାସହ ଆସନ୍ତାକାଲି ଦିନ ୧୨.୩୦ ରେ ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ କୋଭିଡ ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ ତାହା ଉପରେ ବୈଠକ ହେବ। ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଓ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତୃପକ୍ଷ ବୈଠକରେ ସାମିଲ ହେବେ। ବସିବ ବୈଠକ।
ସେ ଆହୁରି କହିଛନ୍ତି, ସେପ୍ଟେମ୍ବର ୩୦ ରେ ଯେଉଁ ଭାରିଏଣ୍ଟ ଜଣକ ପାଖେ ଚିହ୍ନଟ ହୋଇଥିଲା। ଏହା ପରେ ଏହି ବି୭ ଭାରିଏଣ୍ଟର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଭୟଭୀତ ହେବାର ଆବଶ୍ୟକ ନାହିଁ। ଚୀନ ରେ ଏହ ବ୍ୟାପୁଛି, ତାହା ନୁହେଁ ଯେ ଭାରତରେ ସେହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ। ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ। ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ।