ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି: ଗୋବିନ୍ଦଙ୍କ ସମ୍ପର୍କୀୟ

0

ଭୁବନେଶ୍ୱର (ଆମ ଟିଭି): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ଏବେ ଅନେକ ପ୍ରା୍ନ ଛିଡ଼ା ହୋଇଛି । ଏହାରି ଭିତରେ ସାଂଘାତିକ୍ ଅଭିଯୋଗ ଆଣିଲେ ତାଙ୍କ ସମ୍ପର୍କୀୟ । ଗୋବିନ୍ଦ ସାହୁଙ୍କ ଭିଣେଇ ମହେନ୍ଦ୍ର ସାହୁ ଅଭିଯୋଗ ଆଣି କହିଛନ୍ତି, ଯେତେବେଳେ ଗୋବିନ୍ଦଙ୍କ ଆତ୍ମହତ୍ୟା କଥା ଶୁଣିଲୁ, ସେତେବେଳେ ଆତ୍ମହତ୍ୟା କଥା ଆମର ବିଶ୍ୱାସ ହୋଇନଥିଲା । ଗୋବିନ୍ଦ ସାହୁ ଜଣେ ଦୃଢୋମନା ବ୍ୟକ୍ତି । ସେ ତାଙ୍କ ଜୀବନରେ ଅନେକ ଝଡଝଞ୍ଜା ଦେଖିଛନ୍ତି । ସେ କେବେ ବି ଜେଲ ଭିତରେ ଆତ୍ମହତ୍ୟା କରିପାରିବେ ନାହିଁ । ପେଶାଦାର ହତ୍ୟାକାରୀଙ୍କୁ ଲଗାଇ ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି । ଯଦି ସେ ଆତ୍ମହତ୍ୟା କରିବାର ଥିଲା, ଦୋଷୀ ସାବ୍ୟସ୍ତ ହେବା ପରେ ଆତ୍ମହତ୍ୟା କରିଥାନ୍ତେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ୍ ଏକ ସୁରକ୍ଷିତ ସ୍ଥାନ, ସେଠାରେ କଏଦୀଙ୍କ ଉପରେ ନଜର ରଖିବା ପାଇଁ ଅନେକ ଷ୍ଟାଫ୍ ଅଛନ୍ତି । ତେଣୁ ଜେଲ ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା କୌଣସି ପ୍ରକାର ସମ୍ଭବ ନୁହେଁ । ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ପ୍ରଫେସନାଲ କିଲରଙ୍କୁ ନେଇ ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି । ଯେଉଁମାନେ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନେ ହିଁ ଏହି ହତ୍ୟା କରିଥାଇ ପାରନ୍ତି । କାରଣ ଗୋବିନ୍ଦ ଯେତେବେଳେ ଆମ ସହିତ କଥାବାର୍ତ୍ତା ହେଉଥିଲା ସେତେବେଳେ ଆତ୍ମହତ୍ୟା କଲାଭଳି ଚିନ୍ତାଧାରା ପରିଲକ୍ଷିତ ହୋଇପାରିନଥିଲା । ଗତ କିଛିଦିନ ତଳେ ତାଙ୍କ ସ୍ତ୍ରୀଙ୍କ ସହ ଗୋବିନ୍ଦ କଥା ହୋଇଥିଲେ ।

Leave A Reply

Your email address will not be published.