ଚୀନ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ: ନିରଞ୍ଜନ ମିଶ୍ର

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଚୀନ୍ ଭାରିଆଣ୍ଟକୁ ନେଇ ଆତଙ୍କ । ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଚୀନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ। ଅନ୍ୟ ଦେଶରେ ବଢୁଛି, କିନ୍ତୁ ଆମର ସେଭଳି ସ୍ଥିତି ନାହିଁ। କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହିବ ହେବନି। ତେଣୁ ଲକଡାଉନ ଓ ସଟଡାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡିବ। ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ।

ଜନସ୍ଵାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, ଭାରତରେ ଲୋକଙ୍କର ହାର୍ଡ ଇମ୍ୟୁନିଟି ଭଲ ଅଛି। ତେଣୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ। ହକି ବିଶ୍ୱକପ ଓ ନୂଆ ବର୍ଷ ନେଇ ଆସନ୍ତା କାଲି ବୈଠକରେ ନିଷ୍ପତ୍ତି ନିଆଯିବ। ତା ସହ କୋଭିଡ କଟକଣା ନେଇ ଯେଉଁ ଜରିମାନା ବ୍ୟବସ୍ଥା ରହିଥିଲା ସେ ନେଇ ବି ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.