ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ଏବେ ଚୀନର ନୂଆ ଭାରିଆଣ୍ଟକୁ ନେଇ ଭୟ । ଏହାରି ଭିତରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ କୋଭିଡ଼ କଟକଣା ମାନିବାକୁ କେନ୍ଦ୍ର ସ୍ୱାସ୍ଥ୍ୟାମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ଭାରତର ସତ୍ୟକୁ ନେଇ ବିଜେପି ଭୟଭୀତ ହୋଇଛି ଏବଂ ଏଥିପାଇଁ ଭାରତ ଯୋଡୋ ଯାତ୍ରାକୁ ରୋକିବାକୁ କୋଭିଡକୁ ମାଧ୍ୟମ ଭାବରେ ବ୍ୟବହାର କରୁଛି। ଭାରତ ଯୋଡୋ ଯାତ୍ରାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିଠି ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି। ଭାରତ ଯୋଡୋ ଯାତ୍ରାରେ ହେଉଥିବା ଜନସମାଗମକୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାହୁଲଙ୍କୁ ଚିଠି ଲେଖିଛନ୍ତି।
ଏଥିରେ ବିରକ୍ତି ପ୍ରକାଶ କରି ରାହୁଲ କହିଛନ୍ତି “ ଆମକୁ ରୋକିବା ପାଇଁ ଏହା ସେମାନଙ୍କର (ବିଜେପିର) ନୂଆ ଯୋଜନା। ସେମାନେ ମୋତେ ଏକ ଚିଠି ଲେଖି କହିଥିଲେ ଯେ କୋଭିଡ ପୁଣି ଥରେ ଆସୁଛି। ଯାତ୍ରା ବନ୍ଦ କରନ୍ତୁ। ଭାରତ ଯୋଡୋ ଯାତ୍ରାକୁ ବନ୍ଦ କରିବା ପାଇଁ ଏସବୁ ବିଜେପିର ଏକ ବାହାନା। ସେମାନେ ଭାରତର ସତ୍ୟକୁ ଭୟ କରୁଛନ୍ତି।