ଆଜି ନନ୍ଦନକାନନ ପାଳନ କରୁଛି ୬୩ତମ ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର(ଆମ ଟିଭି): ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜନ୍ମଦିନ । ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ବ୍ୟାପକ କାର୍ୟ୍ୟକ୍ରମ । ଏହି ଅବସରରେ ଚିଲଡ୍ରେନ ପାର୍କ ଓ ପ୍ରାଣୀ ଚିକିତ୍ସାଳୟର ନୂତନ ଅପରେସନ ଥିଏଟର, ଶିଶୁ ପଶୁପାଳନ କେନ୍ଦ୍ର ଉଦଘାଟନ କରାଯିବ । ଆଜିଠୁ ନୂଆ ପଶୁପକ୍ଷୀଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ୟ୍ୟଟକ ।

ମହୀଶୂର ଚିଡିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଜନ୍ତୁ ମିରକେଟ, କଳା ହଂସଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ । ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେବେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା, ମୁଖ୍ୟ ବନ୍ୟ ସଂରକ୍ଷକ ସୁଶୀଲ କୁମାର ପୋପ୍ଲେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.