CBI କୁ ସୁପ୍ରିମକୋର୍ଟ ଝଟକା, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ : ଦୀର୍ଘ ଦିନର ନିରବତା ପରେ ପୁଣି ଥରେ କଡ଼ ଲେଉଟାଇଛି ଚିଟ୍‌ଫଣ୍ଡ ଦୁର୍ନୀତି ମାମଲା। ଏହି ମହା ଘୋଟାଲର ତଦନ୍ତ କରୁଥିବା ସିବିଆଇକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଅଗ୍ରଗତି ସଂପର୍କରେ ଜଣାଇବାକୁ କୋର୍ଟ କହିଛନ୍ତି। ସୋମବାର ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ଅର୍ଥାତ ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବରୁ ରାଜ୍ୟ ସରକାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) ଓ ସିବିଆଇକୁ ନୋଟିସ୍‌ କରିଥିଲେ ସୁପ୍ରିମକୋର୍ଟ। ରାଜ୍ୟ ସରକାର ଓ ଇଡି ନୋଟିସ୍‌ର କାଉଣ୍ଟର ଫାଇଲ୍‌ କରିଥିଲେ। ହେଲେ ସିବିଆଇ କାଉଣ୍ଟର ଫାଇଲ୍‌ କରିନଥିଲା। ଯେଉଁଥିପାଇଁ ସୁପ୍ରିମକୋର୍ଟ ଆଜି ସିରିୟସ୍‌ ଅବଜରଭେସନ୍‌ ନେଇଛନ୍ତି। ଶୁଣାଣି ବେଳେ କୋର୍ଟ ସିବିଆଇକୁ ତାଗିଦ କରିଛନ୍ତି। ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ଜଷ୍ଟିସ୍‌ କୃଷ୍ଣ ମୂର୍ତ୍ତି ମାମଲାର ଶୁଣାଣି କରି କହିଛନ୍ତି, ଚିଟଫଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା। ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବା ଚାହୁଁଛନ୍ତି। ଟଙ୍କା ପାଇବାକୁ ଜାମାକାରୀ ୧୦/୧୫ ବର୍ଷ ଅପେକ୍ଷା କରିପାରିବେନି। ଯେଉଁଠି ସିବିଆଇ/ଇଡି ତଦନ୍ତ ଭାର ନେଉଛନ୍ତି, ସେଠି ବିଳମ୍ବ ହେଉଛି। କେବେ ସୁଦ୍ଧା ଲଜିକାଲ କନକ୍ଲୁଜନରେ ପହଞ୍ଚିବ ଜଣାଅ ବୋଲି ସିବିଆଇକୁ କୋର୍ଟ କହିଛନ୍ତି।

Leave A Reply

Your email address will not be published.