ନୂଆଦିଲ୍ଲୀ (ଆମ ଟିଭି): କିଏ ହେବ ଦିଲ୍ଲୀର ମେୟର? ତାକୁ ନେଇ ଆଜି ହେବ ନିର୍ବାଚନ । ଚଳିତ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ(ଏମସିଡି)ରେ ଆମ ଆଦମୀ ପାର୍ଟି ବହୁମତ ପାଇ ବିଜେପିକୁ ପରାସ୍ତ କରିଥିବା ବେଳେ ଆଜି ହେଉଛି ମେୟର ନିର୍ବାଚନ। ଏହି ପଦବୀ ପାଇଁ ଉଭୟ ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ବିଜେପି ଉକ୍ତ ଆସନକୁ ପୁନର୍ବାର ହାତେଇବ ବୋଲି ଦୃଢ଼କ୍ତି ପ୍ରକାଶ କରିଛି। ବିଗତ ୧୫ ବର୍ଷ ଧରି ଏମସିଡିକୁ ନିଜ ଅଧିନରେ ରଖିଥିବା ବିଜେପି ହାତରୁ ଏଥର ଆପ ପାଖକୁ ଚାଲିଯାଇଛି। ଆପ୍ ପକ୍ଷରୁ ଶେଲୀ ଓବରୟ ଲଢ଼ୁଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଆପ୍ ପକ୍ଷରୁ ଆଉ ଜଣେ ବ୍ୟାକଅପ ପ୍ରାର୍ଥୀ ଆସୁ ଠାକୁର ମଧ୍ୟ ରହିଛନ୍ତି। ସେହିପରି ଡେପୁଟି ମେୟର ପାଇଁ ଆପ୍ ପକ୍ଷରୁ ଆଲେ ମହମ୍ମଦ ଇକବାଲ, ଜଲାଜ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ କମଲ ବାଗ୍ରୀ ନାମାଙ୍କନ ଭରିଛନ୍ତି।
ଆପ ପକ୍ଷରୁ ମୁକେଶ ଗୋଏଲଙ୍କ ନାମ ସୁପାରିଶ କରାଯାଥିବା ବେଳେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଶର୍ମାଙ୍କ ନାମରେ ମୋହର ମାରିଛନ୍ତି। ଫଳରେ ଦିଲ୍ଲୀରେ କେଜ୍ରିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଛି। ମେୟର ନିର୍ବାଚନକୁ କେନ୍ଦ୍ର ଦ୍ୱାରା ନିଯୁକ୍ତ ଦିଲ୍ଲୀ ଉପରାଜ୍ୟପାଳ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି। ମେୟର ନିର୍ବାଚନ ଫଳଫଲ ଯେମିତି ବିଜେପି ସପକ୍ଷରେ ଯିବ ସେନେଇ ଉପରାଜ୍ୟପାଳ କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀର ମେୟର ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇ ନଥାନ୍ତି। ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦ୍ୱାରା ପରୋକ୍ଷ ଭୋଟରେ ସେ ନିର୍ବାଚିତ ହୋଇଥାନ୍ତି।