ହକି ପାଇଁ ‘କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍’ ରେ ଏକ ଭିନ୍ନ ଉତ୍ସବ ପାଳନ ହେଉଛି

0

ଭୁବନେଶ୍ୱର(ଆମ ଟିଭି): ଆରମ୍ଭ ହୋଇଛି ପୁରୁଷ ବିଶ୍ବକପ୍ ହକି ଟୁର୍ଣ୍ଣାମେଣ୍ଟ । ଏହାକୁ ନେଇ ଭୁବନେଶ୍ବର ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ଭୁବନେଶ୍ୱର, ପାତ୍ରପଡା ସ୍ଥିତ ‘କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍’ ରେ ଅନୁଷ୍ଠିତ ହେଉଛି ‘ହକି ଫେଷ୍ଟ’ । ଏହା ଦି ଗାର୍ଡେନିଆରେ ୧୨ ଜାନୁୟାରୀରୁ ଆରମ୍ଭ ହୋଇ ୨୯ ଜାନୁୟାରୀ ପର୍ୟ୍ୟନ୍ତ ଚାଲିବ । ଏହି ଫେଷ୍ଟ୍ ର ଉଦ୍ଦେଶ୍ୟ ହେଉଛି ହକିକୁ ପ୍ରୋତ୍ସାହିତ କରିବା । ଆମ ରାଜ୍ୟରେ ହକିକୁ ଏହାର ସଂସ୍କୃତି ସହିତ ଯୋଡ଼ିବା ଏବଂ ଏକ ନୂଆ ରାହା ସୃଷ୍ଟି କରିବ ବୋଲି ‘କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍’ ର ସିଇଓ ରୁଦ୍ର ନାରାୟଣ ବେହେରା କହିଛନ୍ତି । ଏହା କେବଳ ବିଶ୍ଵର ସମସ୍ତ ହକିର ପ୍ରଶଂସକଙ୍କୁ ନୁହେଁ, ବରଂ ଅନ୍ୟମାନଙ୍କୁ ମଧ୍ୟ ଆକର୍ଷିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ପ୍ରତିଦିନ ଭିନ୍ନ ଭିନ୍ନ କମ୍ୟୁନିଟିର ଗୋଟିଏ ଗୋଟିଏ ରାଉଣ୍ଡ ଅଛି ଯେଉଁଥିରେ ରାଜନୀତିଜ୍ଞଙ୍କ ଠାରୁ ଆରମ୍ଭ କରି ଓଲିଉଡ଼ ସେଲେବ୍ରେଟି ପର୍ୟ୍ୟନ୍ତ ସମସ୍ତଙ୍କୁ ଏହି ଉତ୍ସବରେ ଆପଣ ପାଇବେ। ସଙ୍ଗୀତ, ନୃତ୍ୟ, ଖାଦ୍ୟ ଓ ମଡେଲ ମାନଙ୍କର ସମ୍ଭାର ଲାଗିରହିବ । ଏହାଛଡା କର୍ପୋରେଟ ଇଭେଣ୍ଟ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବ। ଆମେ ହକି ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରୁଥିବାରୁ ଏହା ଏକ ବହୁତ ଭଲ ସମୟ, ତେଣୁ ସମସ୍ତଙ୍କୁ ଏଥିରେ ଯୋଡ଼ି ହେବାପାଇଁ ସେ ଅନୁରୋଧ କରିଛନ୍ତି । ବିଶ୍ବକପ୍ ହକି ଶେଷ ହେବା ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ମଡେଲ୍, କଳାକାର,ସାମ୍ବାଦିକ,ଓକିଲ,ନେତା,ବ୍ୟୁରୋକ୍ରାଟ୍,ଶିକ୍ଷାବିତ୍ ସହ ସମସ୍ତ ପ୍ରଫେସନାଲ୍ ଙ୍କୁ ନେଇ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।

Leave A Reply

Your email address will not be published.