ରାଜ୍ୟର ଆଉ ୮ ସହରକୁ ମିଳିବ ‘ଆମ ବସ୍‌’ ସେବା

0
ଭୁବେନଶ୍ବର (ଆମ ଟିଭି): ରାଜ୍ୟର ଆଉ ୮ ସହରକୁ ଆମ ବସ ସେବା ଯୋଗାଇ ଦିଆଯିବ ବୋଲି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ତରଫରୁ ସୂଚନା ମିଳିଛି । କ୍ରୁଟର ୪୯ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
 
ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଓ ରାୟଗଡ଼ାରେ ଆମ ବସ ଗଡ଼ିବ । ନିଷ୍ପତି ଅନୁଯାୟୀ ଯାତ୍ରୀଙ୍କ ଉତ୍ତମ ସେବା ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ । ପ୍ରତ୍ୟେକ ସହରରେ ଡ଼ିଜିଟାଲ୍ ପାସ୍ ବ୍ୟବସ୍ଥା ହେବ । ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ଼୍‌ଙ୍କୁ ସ୍ୱୀକୃତି ଏବଂ ସମ୍ମାନ ମିଳିବ ।
Leave A Reply

Your email address will not be published.