ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ମିଳିଲା ବଡ ଆଶ୍ୱସ୍ତି

0

ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ମିଳିଲା ବଡ ଆଶ୍ୱସ୍ତି। ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ଆପ୍‌ ନେତାଙ୍କୁ ମିଳିଲା ଜାମିନ୍‌। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବାରମ୍ବାର ସମନ ପରେ ମଧ୍ୟ ଏହି ଆପ୍ ବିଧାୟକ ହାଜର ହେଉନଥିଲେ। ଏହାପରେ କୋର୍ଟରେ ଏନେଇ ଏକ ଅଭିଯୋଗ ହୋଇଥିଲା। ପରେ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଥିଲେ। ବିଧାୟକଙ୍କୁ କୋର୍ଟରେ ହାଜର ହେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରି ଆଜି ଆପ୍‌ ନେତା ହାଜର ହୋଇଥିଲେ। ଏହାପରେ ତାଙ୍କୁ ଜାମିନ ମିଳିଥିଲା।

Leave A Reply

Your email address will not be published.