କଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର

0

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର । ଶନିବାର ବିଧିବଦ୍ଧ ଭାବେ ଅଭିନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତ ଥିଲେ।

କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ମୁଁ ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ଯାହାକୁ ସରକାର ଦୃଷ୍ଟି ଦେଉନାହାନ୍ତି। ତେଣୁ ଲୋକଙ୍କ କାମ କରିବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି ।

Leave A Reply

Your email address will not be published.