ଅଭିନେତା ଟିକୁ ତଲସାନିୟାଙ୍କୁ ହୃଦଘାତ, ଡାକ୍ତରଖାନାରେ ଭର୍ତ୍ତି

ଅଭିନେତା ଟିକୁ ତଲସାନିୟାଙ୍କୁ ହୃଦଘାତ, ଡାକ୍ତରଖାନାରେ ଭର୍ତ୍ତି

0

ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ୭୦ ବର୍ଷୀୟ ଟିକୁଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଟିକୁ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ବରିଷ୍ଠ କଳାକାର। ୧୯୫୪ ମସିହାରେ ତାଙ୍କର ଜନ୍ମ। ୧୯୮୪ରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘ୟେ ଜୋ ହେ ଜିନ୍ଦଗୀ’ରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୮୬ରେ ‘ପ୍ୟାର କେ ଦୋ ପଲ’ ଚଳଚ୍ଚିତ୍ରରୁ ସେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।

Leave A Reply

Your email address will not be published.