ଚନ୍ଦ୍ର ଓ ପୃଥିବୀର ସେଲଫି ଉଠାଇଲା ଆଦିତ୍ୟ ଏଲ-୧

0

ନୂଆଦିଲ୍ଲୀ (ଆମ ଟିଭି): ସୂର୍ଯ୍ୟ ପାଖକୁ ଆଦିତ୍ୟ ଏଲ ୱାନ୍‌ ପଠାଇଥିବା ଇସ୍ରୋ ଧିରେ ଧିରେ ଆଗକୁ ବଢିବାରେ ଲାଗିଛି । ସୂର୍ୟ୍ୟ-ପୃଥିବୀ ଏଲ୍୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ ଏଲ୍୧ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ ଟୁଇଟର୍) ରେ ଇସ୍ରୋ ଏହି ସୂଚନା ଦେଇଛି। ଏହି ସେଲଫି ଆଦିତ୍ୟ ଏଲ୍୧ରେ ସ୍ଥାପିତ କ୍ୟାମେରାରେ କଏଦ ହୋଇଛି। ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସ ସେଣ୍ଟରରୁ ଆଦିତ୍ୟ ଏଲ୍୧ ଲଞ୍ଚ କରାଯାଇଥିଲା।

୧୨୮ ଦିନର ମହାକାଶ ଯାତ୍ରା ସମାପ୍ତ କରିବା ପରେ ଆଦିତ୍ୟ ଏଲ୍୧ ପୃଥିବୀଠାରୁ ୧.୬ ନିୟୁତ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗିଆନ ପଏଣ୍ଟ୍ର ହାଲୋ କକ୍ଷପଥରେ ରଖାଯିବ। ଆଦିତ୍ୟ ଏଲ୍୧ରେ ପେଲୋଡ ସୂର୍ୟ୍ୟ କିରଣ, ପ୍ଲାଜମା ଏବଂ ଚୁମ୍ବକୀୟ କ୍ଷେତ୍ର ଅଧ୍ୟୟନ କରିବ।

ସୂର୍ୟ୍ୟଙ୍କ ଉପରେ ଅଧ୍ୟୟନ ଲାଗି ଆଦିତ୍ୟ-ଏଲ୍୧କୁ ସେପ୍ଟେମ୍ବର ୨ ପୂର୍ବାହ୍ନ ୧୧ଟା ୫୦ ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସ୍ପେସ୍ ପୋର୍ଟରୁ ମହାକାଶକୁ ଛଡ଼ାଯାଇଥିଲା।

 

Leave A Reply

Your email address will not be published.