ଦଶହରାରେ ‘ରାମ୍’ ଅରିନ୍ଦମ୍‌ ରୟ ବଙ୍ଗୀୟ ସୁନ୍ଦରୀ ରୂପସା ଯୋଡି ଦେଖିବ ଓଡିଶା

0

ଭୁବନେଶ୍ୱର :କିଛିଦିନର ନୀରବତା ପରେ ଓଲିଉଡ୍‌ର ଆକ୍ସନ୍ ଷ୍ଟାର ଅରିନ୍ଦମ୍‌ ରୟ ଆଗାମୀ ଦଶହରାରେ ‘ରାମ୍’ ଅବତାରରେ ଆସୁଛନ୍ତି। ‘ବାବୁ HB ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାକୁ ମାଙ୍କ ପାର୍ବଣ ସହ ଏଇ ଚଳଚ୍ଚିତ୍ର ଉତ୍ସବମୁଖର କରିବ ବୋଲି ଶୁଣାଯାଉଛି। ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ୍‌ଙ୍କ ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ର ସୁଟିଂ ସମୟରୁ ଟିମ୍ ସଦସ୍ୟଙ୍କୁ ଉତ୍ସାହିତ କରିଛି। ଏକା ସାଙ୍ଗରେ ଦୁଇଟି ୟୁନିଟ୍‌ରେ ସୁଟିଂ ଚାଲିଥିବା ବେଳେ ଛ’ଟି କ୍ୟାମେରାରେ ସୁଟିଂ ହେଉଛି। ଗୋଟିଏ ୟୁନିଟ୍‌ରେ ଫାଇଟ୍ ଦୃଶ୍ୟ ଏବଂ ଦ୍ବିତୀୟ ୟୁନିଟ୍‌ରେ ବଲିଉଡ୍‌ ଅଭିନେତା ରାହୁଲ ଦେବଙ୍କ ଦୃଶ୍ୟର ସୁଟିଂ ହେଉଛି। କିଛିଦିନ ତଳେ ଚଳଚ୍ଚିତ୍ରର ଶୀର୍ଷକକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଇଥିଲା। ବହୁଦିନର ବ୍ୟବଧାନ ପରେ ଓଡିଆ ଚଳଚ୍ଚିତ୍ରକୁ ରାହୁଲଙ୍କ ପ୍ରତ୍ୟାବତ୍ତନ ମଧ୍ୟ ଅନେକଙ୍କୁ ଚକିତ କଲାଣି।

ଉକ୍ତ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଭରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ଅସାଦ ନିଜାମ ଓ ଲିଙ୍କନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହାର ଗୀତଗୁଡ଼ିକ ଦଶହରା ବଜାରକୁ ସରଗରମ କରିବ ବୋଲି ଶୁଣାଯାଉଛି। ‘ରାମ୍’ ଏକ ବିଗ୍‌ ବଜେଟ୍‌ର ସିନେମା ବୋଲି ମିଡିଆ ପ୍ଲାନର ତଥା କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଥର ଦର୍ଶକ ଦେଖିବେ ସବୁଠୁ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର।

Leave A Reply

Your email address will not be published.