ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ଏମ. କେ. ଷ୍ଟାଲିନଙ୍କ ପୁଅ

0

ନୂଆଦିଲ୍ଲୀ (ଆମ ଟିଭି): ସନାତନ ଧର୍ମକୁ ନେଇ ତାମିଲନାଡୁରେ ରାଜନୀତି ସରଗରମ ହୋଇଛି । ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଅଡୁଆରେ ପଡ଼ିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧ ନୁହେଁ ବରଂ ଏହାକୁ ମୂଳପୋଛ କରାଯିବ ଉଚିତ୍ ବୋଲି କହିଛନ୍ତି ଉଦୟନାଥ ।

ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ ବୋଲି ସେ କହିଛନ୍ତି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ହିଂସା ଉସୁକାଇବା ଭଳି ବୟାନ ବୋଲି କହିଛନ୍ତି । ଏଥିସହ ଇଣ୍ଡିଆ ମେଣ୍ଟକୁ ଶାହା ଟାର୍ଗେଟ କରିଛନ୍ତି । ସନାତନ ଧର୍ମ ଉପରେ ଇଣ୍ଡିଆ ମେଂଟ ଆଭିମୂଖ୍ୟ ସ୍ପଷ୍ଟକରୁ ବୋଲି ଅମିତ ଶାହା କହିଛନ୍ତି । ସେପଟେ ଉଦୟନିଧିଙ୍କ ବିରୋଧରେ ଦିଲ୍ଲୀରେ ମାମଲା ରୁଜୁ ହୋଇଛି ।

 

Leave A Reply

Your email address will not be published.