ସରକାରଙ୍କ ପ୍ରତିଶୃତି ପରେ ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଆନ୍ଦୋଳନ ର ପଡ଼ିଲା ପୂର୍ଣ୍ଣଛେଦ*
ଭୁବନେଶ୍ୱର :ଆଜି ସରକାରଙ୍କ ସହ ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ (ମୋ ସିନେମା ) ର ପାଞ୍ଚ ଦଫା ଦାବି ନେଇ ଆଜି ଏକ ପ୍ରକାର ସକରାତ୍ମକ ଆଲୋଚନା ହୋଇଛି। ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ନେତୃତ୍ବରେ ଦଶ ଜଣିଆ ପ୍ରତିନିଧି ମଣ୍ଡଳୀ ,ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଙ୍କ

ସହ ପୁଙ୍ଖାନୁପୁ୍ଖିକ ଆଲୋଚନା କରିଥିଲେ । ସଚିବ ଏହାକୁ ହୃଦୟଙ୍ଗମ କରି , ସିନେମା ଉନ୍ନତ୍ତି ସଂପର୍କିତ ପାଞ୍ଚ ଦଫା ଦାବି ଉପରେ ଗୁରୁତ୍ୱ ଦେଇଛନ୍ତି ଓ ଆସନ୍ତା କିଛି ଦିନ ମଧ୍ୟରେ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ପୂର୍ଣ୍ଣ ପ୍ରତିଶ୍ରୁତି ମିଳିଛି ।
ଓଡିଆ ଚଳଚ୍ଚିତ୍ରକୁ ନେଇ ଦୀର୍ଘ ଚାରି ଦିନ ମୋ ସିନେମାର ସଦସ୍ୟ ମାନେ ପାଞ୍ଚ ଦଫା ଦାବି ନେଇ ଲୋୟର ପିଏମଜି ଧାରଣା ସ୍ଥଳରେ ବସିଥିଲେ ।
1_ପ୍ରତ୍ୟେକ ବ୍ଲକ ରେ ଗୋଟିଏ ଲେଖାଏଁ ସିନେମା ହଲ ର ନିର୍ମାଣ,
2_ପ୍ରତ୍ୟେକ ସିନେମା ଉପରେ ଲୋନ୍ ଓ ସବସିଡ୍ ପ୍ରଦାନ କରାଯାଉ ।
3_go shift scheme ରେ ସିନେମା ଶିଳ୍ପରେ ପୁଞ୍ଜି ନିବେଶ କରାଯାଉ ଓ ବିତରଣ ପ୍ରଦର୍ଶନ ରେ ସୁଧାର ଆଣିବା ପାଇଁ ହଲର ସଂଖ୍ୟା ବୃଦ୍ଧି ପାଇଁ ଉଦ୍ୟମ।
4_ଓଡ଼ିଆ ଚଳଚ୍ଚିତ୍ର ବିତରଣ କ୍ଷେତ୍ର ରେ ସୁଧାର ଆଣିବା ପାଇଁ OFDC କୁ କ୍ଷମତା ପ୍ରଦାନ କରିବା ଓ ଏଥିପାଇଁ ମନିଟରିଙ୍ଗ ଏଜେନସି ସହ ରେଗୁଲେଟରି ବୋର୍ଡ ଗଠନ।
5_ବନ୍ଦ ପଡ଼ିଥିବା ଏକକ ପ୍ରେକ୍ଷାଳୟର ପୁର୍ନଉଦ୍ଧାର ପାଇଁ ଲୋନ୍ ଓ ସବସିଡ୍ ପ୍ରଦାନ କରାଯିବା।
ଏହିସବୁ ଦାବି ନେଇ ମୋ ସିନେମା ପକ୍ଷରୁ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ,ଅଭିନେତ୍ରୀ ମହାଶ୍ଵେତା ରାୟ,ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି,ଅଖିଳ ପଟ୍ଟନାୟକ ,ସୁକାନ୍ତ ରଥ ,ସନଲିଶା ପଟେଲ,ସଞ୍ଜୟ ପଟେଲ,ମନୋଜ ରାଉତ , ତାପସ ସରଘରୀୟା,ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ସରକାରଙ୍କ ତରଫରୁ ସମସ୍ତ କାର୍ଯ୍ୟ ଏକ ମାସ ଭିତରେ ସଂପୂର୍ଣ୍ଣ କରାଯିବାର ପ୍ରତିଶୃତି ପ୍ରଦାନ କରାଯାଇଥିଲା।