ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ସିଏଏ ଲାଗୁ ହେବା ପରେ ଏହାକୁ ନେଇ ତେଜୁଛି ଆନ୍ଦୋଳନ। ସିଏଏକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଅଢେଇ ଶହରୁ ଅଧିକ ଆବେଦନ ରୁଜୁ ହେଲାଣି। ସିଏଏ ଉପରେ ତୁରନ୍ତ ରୋକ ଲଗାଇବାକୁ ମୁସଲିମ୍ ଲିଗ୍ ଦାବି କରିଛି। ଲାଗୁ ହେବାର ୨୪ ଘଣ୍ଟା ନପୁରୁଣୁ ଆରମ୍ଭରୁ ଏତେ ସଂଖ୍ୟକ ଆବେଦନ ରୁଜୁ ହୋଇଛି। ଇଣ୍ଡିଆନ ମୁସଲିମ ଲିଗ୍ ଏବଂ ଡେମୋକ୍ରେଟିକ୍ ୟୁଥ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ସୁପ୍ରିମକୋର୍ଟରେ ପୃଥକ ପୃଥକ ଭାବେ ଆବେଦନ କରାଯାଇ ସିଏଏ ଅଧିସୂଚନା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ସିଏଏକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ଅଛି। ଏହି ସବୁ ମାମଲାର ଶୁଣାଣି ନସରିବା ପର୍ଯ୍ୟନ୍ତ ସିଏଏ ଲାଗୁ କରିବା ଉପରେ ରୋକ ଲଗାଇବାକୁ ଦାବି ହେଉଛି।
ସୂଚନାଯୋଗ୍ୟ,, ୨୦୧୯ ଡିସେମ୍ବର ୧୧ରେ ପାର୍ଲାମେଣ୍ଟରେ CAA ପାରିତ ହୋଇଥିଲା। ଏହାର ପରଦିନ ୧୨ ଡିସେମ୍ବର ୨୦୧୯ରେ ରାଷ୍ଟ୍ରପତି ଏହି ବିଧେୟକକୁ ମଜୁରୀ ପ୍ରଦାନ କରିଥିଲେ। ଏହି ଆଇନ ଜରିଆରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରୁ ଭାରତ ଚାଲି ଆସିଥିବା ଅଣ ମୁସଲିସ ନାଗରିକତା ପାଇବାର ଅଧିକାର ପାଇବେ। ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଯେଉଁମାନେ ଅନୁପ୍ରବେଶ କରି ଭାରତରେ ରହି ଆସୁଛନ୍ତି ସେମାନଙ୍କୁ ଏହି ଆଇନ ଜରିଆରେ ଭାରତୀୟ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି।