୨ ପୁଅ ହାରିବା ପରେ ମୁଁ ଖୋଲିଲେ ସୁର ରାଉତରାୟ: କହିଲେ ଏମିତି କଥା  

0

ଭୁବନେଶ୍ୱର,୫।୬: ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ରାଉତରାୟ ନିର୍ବାଚନରେ ହାରିଯାଇଛନ୍ତି। ମନ୍ମଥ ଭୁବନେଶ୍ୱର ଲୋକ ସଭା ଆସନରୁ ପରାସ୍ତ ହୋଇଥିବାବେଳେ ସିଦ୍ଧାର୍ଥ ନିମାପଡାରୁ ପରାଜୟ ଭୋଗିଛନ୍ତି। ୨ ପୁଅଙ୍କ ପରାଜୟ ପରେ ପ୍ରତିକ୍ରିୟା ପ୍ରକାଶ କରି ସୁର କହିଛନ୍ତି, ମୋ ୨ ପୁଅ ପରାଜୟ ହେଲେ ହେଲେ ବି ମୁଁ ଟିକେ ଦୁଃଖିତ ନୁହଁ । ଲୋକ ଚାହିଁଲେନି , ପୁଣି ଲୋକଙ୍କ ସେବା କରିବୁ। ମୁଁ ଜୀବନରେ କେତେ ହାରିଛି, କେତେ ଜିତିଛି । ଜିତିଲେ କେବେ ଅତ୍ୟଧିକ ଆନନ୍ଦିତ ହୁଏନି କି ଜିତିଲେ କେବେ ମର୍ମାହତ ହୁଏନି।

ସୁର ଆହୁରି ମଧ୍ୟ କହିଛନ୍ତି, ଯେଉଁ ଦଳର ନାଁ ନ ଥିଲା ସେହି ଦଳ ଆଜି ଜିତିଛି। ଗୋଟିଏ ହାଓ୍ବା ଯୋଗୁ ଏହା ସମ୍ଭବ ହୋଇଛି। କିନ୍ତୁ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡ଼ିଶାରେ ଅନେକ ଉନ୍ନତି କରିଛନ୍ତି। ନିର୍ବାଚନରେ ହାର୍‌ ଜିତି ଅଛି। କେତେବେଳେ କ’ଣ ଘଟିବ ତାହା କହିହେବ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.