ମେଟାର ଇଣ୍ଡିଆ ହେଡ ପଦରୁ ଇସ୍ତଫା ଦେଲେ ଆଜିତ୍ ମୋହନ

0

ନୂଆଦିଲ୍ଲୀ: (ଆମ ଟିଭି): ଚାଲିଛି ଫେସବୁକର ଖରାପ ଯୁଗ । କମ୍ପାନୀର ଆୟ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଧନୀ ତାଲିକାର ବହୁ ତଳକୁ ଖସି ଆସିଛନ୍ତି । ତେବେ ଏହା ମଧ୍ୟରେ ପୁଣି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ ଏକ ନିରାଶାଜନକ ଖବର ଆସିଛି ।

ସୂଚନା ମୁତାବକ, ମେଟା ଇଣ୍ଡିଆ ହେଡ୍ ଅଜିତ ମୋହନ କମ୍ପାନୀରୁ ଇସ୍ତଫା ଦେଇଛନ୍ତି । ଅଜିତ ଏବେ ଫେସବୁକର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ସ୍ନାପଚାଟରେ ଜଏନ କରିବା ନେଇ ଚର୍ଚ୍ଚା ହେଉଛି । ତେବେ ଏ ବାବଦରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ଅଜିତ ଝଦ୍ଭବକ୍ଟ୍ର ଓଦ୍ଭମରେ ଯୋଗଦେବା ନେଇ ନିଜକୁ ପ୍ରସ୍ତୁତ କରୁଥିବା କୁହାଯାଉଛି । ଆମେରିକାରେ ସ୍ନାପଚାଟ ବହୁତ ପପୁଲାର ହୋଇଥିବା ବେଳେ ଭାରତରେ ମଧ୍ୟ ଗତ କିଛି ମାସ ଧରି ଏହାର ଚାହିଦା ବଢ଼ିବାରେ ଲାଗିଛି ।

ଗତ ୨୦୧୯ରେ ଅଜିତ ଫେସବୁକ ଇଣ୍ଡିଆର ବିଜିନେସ ମ୍ୟାନେଜିଂ ଡାଇରେକ୍ଟର ଓ ଭାଇସ୍ ପ୍ରେସିଡେଣ୍ଟ ପଦ ସମ୍ଭାଳିଥିଲେ । ଅଜିତଙ୍କ କାର୍ୟ୍ୟକାଳ ଅବଧିରେ ମେଟା ଇଣ୍ଡିଆ ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ଫେସବୁକରେ ୩୦୦ ମିଲିୟନ ୟୁଜର୍ସଙ୍କୁ ଯୋଡ଼ିଥିଲା । ଏଥିସହିତ ଅଜିତ ଜିଓ ସହିତ ଷ୍ଟ୍ରାଟେଜିକ ପାର୍ଟନରସିପ କରିଥିଲେ । ଏହାଦ୍ୱାରା କମ୍ପାନୀ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ୫.୭ ବିଲିୟନ ଡଲାର ନିବେଶ କରିଥିଲା ।

 

Leave A Reply

Your email address will not be published.