ଟ୍ୱିଟର, ଫେସବୁକ ପରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

0

ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର୍, ମେଟା ପରେ ଏବେ ଆମାଜନ ପାଳି। ଏବେ ଆମାଜନ ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି। ପାଖାପାଖି ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ହୋଇଛି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, କମ୍ପାନୀ ଚଳିତ ସପ୍ତାହରେ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଯଦି ମୋଟ ଛଟେଇ ସଂଖ୍ୟା ୧୦ହଜାର ପାଖାପାଖି ରହେ, ତାହେଲେ ଏହା ଆମାଜନ ଇତିହାସରେ ସବୁଠାରୁ ବଡ଼ ଘଟଣା ହେବ। ବ୍ୟବସାୟରେ ମାନ୍ଦାବସ୍ଥା ଜାରି ରହିଥିବାରୁ ରାଜସ୍ୱ ମଧ୍ୟ ହ୍ରାସ ପାଇଛି। ତେଣୁ କଷ୍ଟ କଟିଂ ନେଇ କମ୍ପାନୀ କର୍ମଚାରୀଙ୍କୁ ବାହାର କରୁଥିବା କୁହାଯାଉଛି।ଇୟଗ୍ଦ ଭଚ୍ଚ
କମ୍ପାନୀ ବିଶ୍ୱ ସ୍ତରରେ ୧୬ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି।

ରିପୋର୍ଟ ମୁତାବକ, ଏହି ଛଟେଇ ମୁଖ୍ୟତଃ ଆଲେକ୍ସା ଭଳି ଉତ୍ପାଦ ନିର୍ମାତା କମ୍ପାନୀର ଡିଭାଇସ ୟୁନିଟ୍, ଏହାର ରିଟେଲ ୟୁନିଟ୍ ଏବଂ ମାନବ ସମ୍ବଳ ଟିମ୍ ଦ୍ୱାରା କରାଯିବ। ସେହିପରି ଚାକିରିରୁ ଛଟେଇ ସଂଖ୍ୟା ହ୍ରାସ କିମ୍ବା ବୃଦ୍ଧି କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏନେଇ ଆମାଜନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ରିପୋର୍ଟ ଅନୁଯାୟୀ, ଆମାଜନ ନିଜର କର୍ମଚାରୀଙ୍କୁ ଅନ୍ୟ ସ୍ଥାନରେ ଚାକିରି ଖୋଜିବାକୁ ପୂର୍ବରୁ ଚେତାବନୀ ଦେଇଥିଲା।

 

 

 

 

 

Leave A Reply

Your email address will not be published.