ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ: ୨ ମୃତ ଓ ୩ ଗୁରୁତର

0

ଭଦ୍ରକ: ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ । ୨ ମୃତ ଓ ୩ ଗୁରୁତର। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଖଡ଼ଗପୁରରୁ ରୋଗୀଙ୍କୁ ନେଇ କଟକ ଆସୁଥିଲା । ତିଶଳପୁର ନିକଟରେ ବୋଲେରୋକୁ ସାଇଟ୍ ମାରି ଡିଭାଇଡର ସହ ଧକ୍କା ହୋଇଥିଲା ।

ଆମ୍ବୁଲାନ୍ସରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

Leave A Reply

Your email address will not be published.