ନବଙ୍କ ମୃତ୍ୟୁ ପଛରେ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ଅଛି: ସୁବାଷ ପାଣିଗ୍ରାହୀ

0

ଭୁବନେଶ୍ୱର(ଆମ ଟିଭି): ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଦିନକୁ ଦିନ ସସପେନ୍ସ ଅଧିକ ବଢୁଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ଆସି ପହଞ୍ଚିଛି । ନବ ଦାସଙ୍କ ମୃତ୍ୟୁ ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି । ବଡ ବଡ ନେତା ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାଷ କହିଛନ୍ତି, ନବ ଦାସଙ୍କର ବହୁତ ଗୁଡିଏ ବ୍ୟବସାୟ ଥିଲା । ବଡ଼ ସାମ୍ରାଜ୍ୟ ରହିଥିଲା । ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ ସେ । ତାଙ୍କ ସାମ୍ରାଜ୍ୟକୁ ଶେଷ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଏହି ହତ୍ୟାକାଣ୍ଡ କରାଇଛନ୍ତି । ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି । ବ୍ୟବସାୟ ପାଇଁ ତାଙ୍କୁ ପଲିଟିକାଲ ମର୍ଡର କରାଯାଇଛି ।

ନବ ଦାସଙ୍କର ବିଜେନେସ ଯେପରି ଚାଲୁଥିଲା କିଛି ପଲିଟିକାଲ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି । ଆଉ ବିଜେଡି ଦଳର ହିଁ ନେତା ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି । ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି । ପଶ୍ଚିମ ଓଡିଶାର ନେତା ନୁହେଁ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି । ସିବିଆଇ ତଦନ୍ତ ହେଲେ ଏ ସବୁ କିଛିର ଗୁମର ଖୋଲିଯିବ ବୋଲି କହିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ।

Leave A Reply

Your email address will not be published.