ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

0

ନୂଆଦିଲ୍ଲୀ(ଆମ ଟିଭି): ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏବେ ସୁପ୍ରିମକୋର୍ଟରେ ନୂଆ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି ।

ରାଜସ୍ଥାନ, ପାଟନା ଏବଂ ମଣିପୁରର ହାଇକୋର୍ଟର ତିନିଜଣ ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କରୋଲ ଏବଂ ପି.ଭି ସଞ୍ଜୟ କୁମାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ପାଟନା ହାଇକୋର୍ଟର ଜଷ୍ଟିସ ଅହସନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ମନୋଜ ମିଶ୍ର ଶପଥ ନେଇଛନ୍ତି । ଫେବ୍ରୁଆରୀ ୪ରେ ନିଯୁକ୍ତି ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ ।

Leave A Reply

Your email address will not be published.