ପୁଣି ସିସୋଦିଆଙ୍କୁ ଝଟକା

0

ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ପାଇଲେ। ସଞ୍ଜୟ ସିଂହଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଲା। ହେଲେ ମନୀଷ ସିସୋଦିଆଙ୍କ ଭାଗ୍ୟରେ ଜାମିନ ସମ୍ଭବତଃ ଲେଖାନାହିଁ।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ତରିଂ ଓ ଦୁର୍ନୀତି ମାମଲାରେ ଜାମିନ ପାଇଁ ଆବେଦନ କରିଥିବା ଆପ ନେତା ସିସୋଦିଆଙ୍କୁ ଝଟକା ଲାଗିଛି। ତାଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।

୫୨ ବର୍ଷୀୟ ସିସୋଦିଆ ଦୁର୍ନୀତି ସହ ଜଡ଼ିତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବିଶେଷ କରି ସେ ବୈଦ୍ୟୁତିକ ପ୍ରମାଣକୁ ନଷ୍ଟ କରିବା କାମରେ ଲିପ୍ତ ଥିବା କୁହାଯାଇଛି। ତେଣୁ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ତାଙ୍କୁ ଆଜି ଜାମିନ ଦେଇ ନାହାନ୍ତି। ସନ୍ଧ୍ୟା ୬.୨୮ରେ ଜଷ୍ଟିସ ଶର୍ମା ରାୟ ପଢ଼ିବା ଆରମ୍ଭ କରିଥିଲେ। ସେ ୨୨ ମିନିଟ ଧରି ରାୟର ବିଷୟବସ୍ତୁ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

Leave A Reply

Your email address will not be published.