ପୁଣି ଇଡି ଜାଲରେ କବିତା

0

ନୂଆଦିଲ୍ଲୀ :ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଶ୍ନବାଣର ଶିକାର ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ.କବିତା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ। ଏଥିପାଇଁ ତାଙ୍କୁ ପୂର୍ବରୁ ସମନ କରାଯାଇଛି।

ଏହାପୂର୍ବରୁ ଶନିବାର ଦିନ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଘଣ୍ଟା ଘଣ୍ଟା ଧରି ଜେରା ହେବା ପରେ କବିତା ଇଡି କାର୍ଯ୍ୟାଳୟ ବାହାରି ଚାଲିଯାଇଥିଲେ। କବିତାଙ୍କ ସିଏ ବୁଚି ବାବୁଙ୍କୁ ଇଡି ବୁଧବାର ପଚରାଉଚରା କରିଥିଲା। ତାଙ୍କୁ ୧୦ ଘଣ୍ଟା ଧରି ଘାଣ୍ଟିଥିଲା ଇଡି।

ସେପଟେ କେ.କବିତାଙ୍କୁ ଇଡି ଦ୍ୱିତୀୟ ରାଉଣ୍ଡ ପଚରାଉଚରା କରିବା ପୂର୍ବରୁ ବିଆର୍‌ଏସ୍‌ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ପୋଷ୍ଟର ୱାର୍। ବିଆର୍‌ଏସ୍‌ ଏକ ପୋଷ୍ଟରରେ ବିଜେପିର ଜାତୀୟ ସାଧାରଣ ସଂପାଦକ ବିଏଲ୍‌ ‌ସନ୍ତୋଷଙ୍କ ଫଟୋ ରଖି ‘ୱାଣ୍ଟେଡ୍‌’ ବୋଲି ଲେଖିଛି। ହାଇଦ୍ରାବାଦ୍‌ର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଛି।

Leave A Reply

Your email address will not be published.