ଚିଲିକା: ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ ୩୦ରୁ ଅଧିକ ବାଇକ ରହିଛି ।
ଦିନ ଗୋଟାଏରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା । ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଛି ।