ଆଜି ଆମ ଦେଶର ଅବସ୍ଥା ପାଇଁ ଆଉ କେହି ନୁହେଁ ଆମେ ନିଜେ ହିଁ ଦାୟୀ: ନୱାଜ୍ ସରିଫ

0

ପାକିସ୍ତାନ: ପୁଣି ଚର୍ଚ୍ଚାରେ ନୱାଜ୍ ସରିଫ । ନୱାଜ ସରିଫ ଯେବେଠୁ ଲଣ୍ଡନରୁ ଫେରିଛନ୍ତି ସେବେଠୁ ସେ ପାକିସ୍ତାନ ବିରୁଦ୍ଧରେ ଲଗାତାର ବୟାନବାଜି କରିଆସୁଛନ୍ତି । ସେ ଲଗାତାର ପାକିସ୍ତାନକୁ ଗାଳି ଦେଉଛନ୍ତି । ସେପଟେ ପାକିସ୍ତାନର ଖରାପ ଅବସ୍ଥା ସମ୍ପର୍କରେ ସେ ଆଉ ଏକ କଥା ମଧ୍ୟ କହିଛନ୍ତି । ନୱାଜ କହିଛନ୍ତି ଯେ ଆଜି ଆମ ଦେଶର ଅବସ୍ଥା ପାଇଁ ଆଉ କେହି ନୁହେଁ ଆମେ ନିଜେ ହିଁ ଦାୟୀ । ଏଥିପାଇଁ ଆଉ କାହାକୁ ଦୋଷ ଦେଲେ ହେବନାହିଁ । ଆମେ ନିଜ ଗୋଡରେ କୁରାଢି ମାରିଛୁ । ନୱାଜ କହିଛନ୍ତି ଯେ ପାକିସ୍ତାନ ଆଜି ଯେଉଁ ଖରାପ ପର‌୍ୟ୍ୟାୟ ଦେଇ ଗତି କରୁଛି ସେଥିପାଇଁ ଭାରତ କିମ୍ବା ଆମେରିକା ଦାୟୀ ନୁହଁନ୍ତି । ଆମେ ନିଜେ ଏଥିପାଇଁ ଦାୟୀ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୨୧ ଅକ୍ଟୋବରରେ ଲଣ୍ଡନରୁ ନିଜ ଦେଶକୁ ଫେରିଥିଲେ । ସେ ପାକିସ୍ତାନୀ ମାଟିରେ ପାଦ ଦେବା ଦିନଠାରୁ ପାକିସ୍ତାନ ବିରୁଦ୍ଧରେ ବୟାନ ଦେଇ ଆସୁଛନ୍ତି । ସେ ଅଙ୍ଗଭଙ୍ଗୀ ମାଧ୍ୟମରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରୁଛନ୍ତି । ଦେଶର ଖରାପ ଅବସ୍ଥା ପାଇଁ ସେନାକୁ ଦାୟୀ କରିବାକୁ ଚେଷ୍ଟା କରୁଛନ୍ତି ।

 

Leave A Reply

Your email address will not be published.