ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ଟି ଚିତା

0

ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ବଢିବ ଚିତାଙ୍କ ସଂଖ୍ୟା । ନାମ୍ବିଆ ପରେ ପୁଣି ଦକ୍ଷିଣଆଫ୍ରିକାରୁ ଭାରତକୁ ଆସିବେ ୧୨ଟି ଚିତା । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଫ୍ରିକାରୁ ଏହି ୧୨ଟି ଚିତାକୁ ଭାରତକୁ ଅଣାଯାଉଥିବା ବେଳେ ସେଥିରେ ୭ଟି ଅଣ୍ଡିରା ଏବଂ ୫ଟି ମାଇ ରହିଛନ୍ତି । ଏହାପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ଆଫ୍ରକୀୟ ଦେଶ ନାମ୍ବିଆରୁ ୮ଟି ଚିତା ଅଣାଯାଇଥଲା । ଏବଂ ଏବେ ଆଉ ୧୨ଟି ଚିତା ଅଣାଯିବ ବୋଲି ଜଣାପଡିଛି ।

ତେବେ ଏହି ୧୨ଟି ଚିତାଙ୍କୁ ମଧ୍ୟପ୍ରେଦଶର ଜାତୀୟ କୁନୋ ଉଦ୍ୟାନରେ ଛଡାଯିବ । ଭାରତରେ ୭୦ବର୍ଷ ପୂର୍ବରୁ ଚିତା ବଂଶ ଲୋପ ପାଇଯାଇଥିବା ବେଳେ ପୁଣିଥରେ ସେମାନଙ୍କ ବଂଶବିସ୍ତାର ଲାଗି କେନ୍ଦ୍ର ସରକାର ଏଭଳି ଯୋଜନା ହାତକୁ ନେଇଛନ୍ତି ।

Leave A Reply

Your email address will not be published.