ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା, ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ରୌପ୍ୟ
ନୂଆଦିଲ୍ଲୀ (ଆମ ଟିଭି): ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା। ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଜିତିଲେ ରୌପ୍ୟ ପଦକ । ନୀରଜ ଚୋପ୍ରା ୮୮ ଦଶମିକ ୧୩ ମିଟର ଜାଭଲିନ୍ ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି । ବିଶ୍ୱର ଏକ ନମ୍ବର ପିଟର୍ସ ୯୦ ଦଶମିକ ୫୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମରୁ ଚତୁର୍ଥ ନମ୍ବରରେ ଥିଲେ ନୀରଜ । ଚତୁର୍ଥ ରାଉଣ୍ଡରେ ୮୮ ଦଶମିକ ୧୩ ମିଟର ଥ୍ରୋ କରି ପଦକ ପକ୍କା କରିଥିଲେ ।

ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୧୯ ବର୍ଷ ପରେ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଭାରତକୁ ପଦକ ମିଳିଛି । ୨୦୦୩ ମସିହାରେ ଅଞ୍ଜୁ ବବି ଜର୍ଜ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେବେଠାରୁ କୌଣସି ଭାରତୀୟ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ ପଦକ ଜିତିନଥିଲେ । ନୀରଜଙ୍କ ଏହି ସଫଳତା ପରେ ପରିବାରରେ ଖୁସି ଦେଖିବାକୁ ମିଳିଛି । ପରିବାର ଓ ସଂପର୍କୀୟ ମିଠା ବାଣ୍ଟି ଖୁସି ମନାଇଛନ୍ତି ।