ପିମ୍ପଲ୍ ଓ ଟ୍ୟାନିଂରୁ ମୁକ୍ତି ପାଇଁ ଲଗାନ୍ତୁ ପିଜୁଳି ପତ୍ରର ଫେସ୍ ପ୍ୟାକ୍*
ଖରାଦିନ ଆସିଲେ ତ୍ୱଚା ଉପରେ ପ୍ରଥମେ ବ୍ରଣ ସମସ୍ୟା ହିଁ ବାହାରିଥାଏ, ଯାହାର କାରଣ ହେଉଛି ପ୍ରବଳ ଗରମ ଏବଂ ଝାଳ । ନିଜ ସ୍କିନ୍କୁ ସୁରକ୍ଷିତ ରଖିବା ପାଇଁ ମହିଳାମାନେ ଖରାଦିନେ ସନସ୍କ୍ରୀନ୍ ଆଦି ବ୍ୟବହାର କରିଥାଆନ୍ତି । କିନ୍ତୁ ଏହା ସତ୍ତ୍ୱେ କୌଣସି ପ୍ରଭାବ ପଡ଼ି ନ ଥାଏ । ଏମିତିରେ ଯଦି ଆପଣ ବି ଏହି ଦିନେ ବ୍ରଣ, ଟ୍ୟାନିଂ ଆଦି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତା’ହେଲେ ଆମେ ଆପଣଙ୍କ ପାଇଁ ଏମିତି କିଛି ଜିନିଷ ନେଇକି ଆସିଛୁ, ଯଦ୍ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିପାରିବ ।
ଗ୍ରୀଷ୍ମ ଋତୁରେ ପିଜୁଳି ବହୁତ ଲାଭଦାୟକ ହୋଇଥାଏ । ସେହିପରି ଏହାର ପତ୍ର ମଧ୍ୟ ବହୁତ ଉପକାରୀ ବୋଲି ଜଣାଯାଏ । ପିଜୁଳି ପତ୍ରରେ ଆଣ୍ଟି ମାଇକ୍ରୋବିୟଲ ଆକ୍ସନ ହୋଇଥାଏ । କାହିଁକି ନା, ଏଥିରେ ଗ୍ୟାଲିକ ଏସିଡ୍, ଏସ୍କୋର୍ବିକ ଏସିଡ, କାରୋଟେନାଇଡ୍ସ ଭଳି ଆକ୍ଟିଭ ଇନ୍ଗ୍ରୀଡିଏଣ୍ଟସ୍ ମହଜୁଦ ଥାଏ, ଯାହାକି ସ୍କିନ୍ ଇନ୍ଫେକ୍ସନ ଏବଂ ଜ୍ୱଳନ ଆଦିକୁ ଠିକ୍ କରିପାରିଥାଏ । ଆଜି ଆମେ ପିଜୁଳି ପତ୍ରର ଫେସ୍ ପ୍ୟାକ୍ ପ୍ରସ୍ତୁତି ବିଷୟରେ କହିବୁ ।
*ଫେସ୍ ପ୍ୟାକ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ*
ପ୍ରଥମେ କଅଁଳ ପିଜୁଳି ପତ୍ର କିଛି ନିଅନ୍ତୁ। ପତ୍ରଗୁଡ଼ିକୁ ଭଲଭାବେ ପାଣିରେ ଧୋଇ ସଫା କରନ୍ତୁ, ଯାହାରେ କୌଣସି ଧୁଳି କିମ୍ବା ମାଟି ନ ରହେ। ତା’ପରେ ଏହାକୁ ଗ୍ରାଇଣ୍ଡର୍ କିମ୍ବା ଶିଳପଟାରେ ଅଳ୍ପ ପାଣି ଦେଇ ଭଲଭାବେ ପେଷ୍ଟ କରନ୍ତୁ। ଏଭଳି କରି ପିଜୁଳି ପତ୍ରର ଫେସ୍ ପ୍ୟାକ୍ ପ୍ରସ୍ତୁତ ହୋଇଯିବ।
*ଲଗାଇବାର ସଠିକ୍ ବିଧି*
ଫେସ୍ ପ୍ୟାକ୍ ଲଗାଇବା ପୂର୍ବରୁ ଚେହେରାକୁ ଭଲଭାବେ ପରିଷ୍କାର କରିବା ଦରକାର। ଏପାଇଁ ନଖଉଷୁମ ପାଣି କିମ୍ବା ମାଇଲ୍ଡ କ୍ଲିଞ୍ଜର୍ ଦ୍ୱାରା ମୁହଁ ଧୋଇନିଅନ୍ତୁ। ଆପଣ ଚାହିଲେ ୫ ମିନିଟ୍ ପର୍ଯ୍ୟନ୍ତ ମୁହଁକୁ ଷ୍ଟିମ୍ ମଧ୍ୟ ଦେଇପାରିବେ। ଏହା ଦ୍ୱାରା ତ୍ୱଚାର ଲୋମକୂପ ଖୋଲିଯାଏ ଓ ଫେସ୍ ପ୍ୟାକ୍ର ଗୁଣ ଭଲଭାବେ ତ୍ୱଚା ଭିତରକୁ ପହଞ୍ଚିପାରେ।ତା’ପରେ ପିଜୁଳି ପତ୍ରର ପେଷ୍ଟକୁ ମୁହଁରେ ସମାନଭାବେ ଲଗାନ୍ତୁ ଓ ପ୍ରାୟ ୧୫–୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ପେଷ୍ଟ ଶୁଖିଯାଇଲେ ମୁହଁକୁ ଥଣ୍ଡା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ୨–୩ ଥର ବ୍ୟବହାର କଲେ ବ୍ରଣ କମିବା ସହିତ ତ୍ୱଚା ତାଜା ଓ ସୁସ୍ଥ ଦେଖାଯିବ।
ଏହି ପ୍ରାକୃତିକ ଉପାୟ ଦ୍ୱାରା ଗ୍ରୀଷ୍ମ ଋତୁରେ ହେଉଥିବା ବ୍ରଣ, ଟ୍ୟାନିଂ ଓ ତ୍ୱଚା ଜ୍ୱଳନ ଭଳି ସମସ୍ୟାରୁ ଆପଣଙ୍କୁ ମିଳିବ ମୁକ୍ତି ।