ପିଲାଙ୍କ ଆଗରେ ଝଗଡା କିମ୍ବା ପାଟିତୁଣ୍ଡ କରିବା କେବଳ ସେମାନଙ୍କ ତୁରନ୍ତ ଭାବନାକୁ ନୁହେଁ, ଦୀର୍ଘମିୟାଦୀ ଭାବେ ମନୋବୃତ୍ତି ଓ ବ୍ୟକ୍ତିତ୍ୱକୁ ମଧ୍ୟ ପ୍ରଭାବିତ କରେ। ପିଲାମାନେ ବଡ଼ମାନଙ୍କୁ ଦେଖି ଶିଖନ୍ତି, ସେହିପାଇଁ ଘରର ପରିବେଶ ସେମାନଙ୍କ ମନସିକ ବିକାଶରେ ମୂଳ ଭୂମିକା ନେଉଛି।ଆପଣ ଯଦି ପିଲାଙ୍କ ସାମ୍ନାରେ ଝଗଡ଼ା କରୁଛନ୍ତି ତେବେ କଣ ପ୍ରଭାବ ପଡ଼ିଥାଏ ପିଲାଙ୍କ ଉପରେ ଜାଣନ୍ତୁ …
୧. ଭୟ ଓ ଅନିଶ୍ଚିତତା ବୃଦ୍ଧି
ଯେତେବେଳେ ପିଲାମାନେ ଘରେ ବାରମ୍ବାର ଝଗଡା ଦେଖନ୍ତି, ସେମାନେ ଭାବନ୍ତି ଯେ ଘରଟି ନିରାପଦ ସ୍ଥାନ ନୁହେଁ। ଏହା ତାଙ୍କ ମନରେ ଗଭୀର ଭୟ ଓ ଅସ୍ଥିରତା ସୃଷ୍ଟି କରେ।
୨. ଚିନ୍ତା ଓ ମନୋଚାପ (Stress) ବଢିବା
ଘରେ ଅଶାନ୍ତି ଥିଲେ ପିଲାମାନେ ସବୁବେଳେ ଚିନ୍ତିତ ରହନ୍ତି—“ପୁଣି ଝଗଡା ହେବନି କି?” ଏହି ଭାବନା ତାଙ୍କୁ ମାନସିକ ଭାବେ କ୍ଲାନ୍ତ କରେ।
୩. ଆଚରଣରେ ଖରାପ ପରିବର୍ତ୍ତନ
ପିଲାମାନେ ଯାହା ଦେଖନ୍ତି ସେହିଟିକୁ ଅନୁକରଣ କରନ୍ତି। ତେଣୁ ସେମାନେଅଧିକ ରାଗୀ ହୋଇପାରନ୍ତି।ଅନ୍ୟମାନଙ୍କୁ ମାରିବା କିମ୍ବା ଚିତ୍କାର କରିବା ଶିଖିପାରନ୍ତି।ଜିଦ୍ଦି ଓ ଅନୁଶାସନହୀନ ହୋଇଯାଇପାରନ୍ତି।
୪. ପାଠପଢାରେ ଅନାଗ୍ରହ
ମନୋଚାପ ଥିବା ପିଲାଙ୍କ ପାଇଁ ପଢ଼ାରେ ମନ ଲଗାଇବା କଷ୍ଟକର। ସେମାନେ ସ୍କୁଲରେ ଧ୍ୟାନ ଦେଇପାରନ୍ତି ନାହିଁ, ଫଳରେ ପରିଣାମ ଖରାପ ହୋଇଯାଏ।
୫. ଆତ୍ମବିଶ୍ୱାସ ଓ ସ୍ୱମୂଲ୍ୟବୋଧର କମିବା
ଘରେ ଝଗଡା ହେଲେ ପିଲାମାନେ ନିଜକୁ ଦୋଷୀ ମନେ କରିପାରନ୍ତି—“ମୋ ପାଇଁ ହେଲାନି କି?” ଏହା ତାଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରେ।
୬. ସମ୍ପର୍କ ଗଢ଼ିବାରେ ସମସ୍ୟା
ବଡ଼ ହେବା ପରେ ସେମାନେ ଭଲ ସମ୍ପର୍କ କିପରି ରଖିବେ ତାହା ଶିଖିପାରନ୍ତି ନାହିଁ। ବିବାହିତ ଜୀବନ କିମ୍ବା ମିତ୍ରତାରେ ମଧ୍ୟ ତାଙ୍କ ପ୍ରଭାବ ପଡ଼େ।
କଣ କରିବା ଉଚିତ୍?
✔️ ପିଲାଙ୍କ ଆଗରେ ଝଗଡା ଏଡ଼ାନ୍ତୁ
ଯଦି ମତଭେଦ ହୁଏ, ସେଥିପାଇଁ ଶାନ୍ତ ସ୍ଥାନ ବା ସମୟ ବାଛନ୍ତୁ।
✔️ ଶାନ୍ତ ଭାବରେ କଥାହେବା ଶିଖନ୍ତୁ
ଚିତ୍କାର କରିବା ପରିବର୍ତ୍ତେ ଆଲୋଚନାରେ ସମାଧାନ ଖୋଜନ୍ତୁ।
✔️ ପିଲାଙ୍କୁ ନିରାପତ୍ତିର ଅନୁଭବ ଦିଅନ୍ତୁ
ସେମାନଙ୍କୁ ବୁଝାନ୍ତୁ ଯେ “ସବୁ କିଛି ଠିକ୍ ଅଛି” ଏବଂ ସେମାନେ ସୁରକ୍ଷିତ।
✔️ ସକାରାତ୍ମକ ପରିବେଶ ତିଆରି କରନ୍ତୁ
ଘରେ ଭଲ କଥାବାର୍ତ୍ତା, ସ୍ନେହ ଓ ସମ୍ମାନର ପରିବେଶ ରଖନ୍ତୁ।
ପିଲାଙ୍କ ମନ ଅତ୍ୟନ୍ତ ସେନ୍ସିଟିଭ୍। ଘରର ଶାନ୍ତି, ସ୍ନେହ ଓ ସମ୍ମାନ ସେମାନଙ୍କୁ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସୀ କରେ। ତେଣୁ, ସମସ୍ୟା ଥିଲେ ମଧ୍ୟ ସେଗୁଡିକୁ ଶାନ୍ତ ଭାବରେ ସମାଧାନ କରିବା ହେଉଛି ଭଲ ପେରେଣ୍ଟିଙ୍ଗର ମୂଳ ମନ୍ତ୍ର।