ମିଜୋରାମରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ

0

ନୂଆଦିଲ୍ଲୀ: ମିଜୋରାମରୁ ଏକ ବଡ଼ ଖବର ଆସୁଛି । ମଙ୍ଗଳବାର ସକାଳେ ମିଜୋରାମରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମ୍ୟାନ୍ମାର ସୈନ୍ୟ ବିମାନ ଏଠାରେ ଥିବା ଲେଙ୍ଗପୁଇ ବିମାନବନ୍ଦରରେ ରନୱେରୁ ଖସିଯାଇଛି। ବିମାନରେ ପାଇଲଟଙ୍କ ସମେତ ବିମାନରେ ୧୪ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୁହାଯାଇଛି ଯେ, ଏହି ବିମାନ ମ୍ୟାନ୍ମାର ସୈନିକମାନଙ୍କୁ ନେବା ପାଇଁ ମ୍ୟାନ୍ମାରରୁ ମିଜୋରାମକୁ ଆସିଥିଲା। ତେବେ ଲେଙ୍ଗପୁଇ ବିମାନବନ୍ଦରର ମିଆଁମାର ସେନାର ଶାନସି ୟ -୮ ବିମାନ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା।

Leave A Reply

Your email address will not be published.