ଲଣ୍ଡନରେ ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ

0

ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଛି। ଖଲିସ୍ତାନୀ ଆତଙ୍କବାଦୀମାନେ ଜୟଶଙ୍କରଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହିତ ଗାଡ଼ି ସାମ୍ନାରେ ଭାରତୀୟ ପତାକାକୁ ଚିରି ଦେଇଥିଲେ। ଚଥାମ ହାଉସ ଥିଙ୍କ ଟ୍ୟାଙ୍କ କାର୍ଯ୍ୟକ୍ରମରେ ଜୟଶଙ୍କର ଯୋଗଦେଇ ଫେରିବା ସମୟରେ ଏଭଳି ଅପ୍ରୀତିକର ଘଟଣା ଘଟିଛି। ଏହା ସହିତ ବହୁ ଖଲିସ୍ତାନୀ ଆତଙ୍କୀ ରାସ୍ତାପାର୍ଶ୍ବରେ ବିରୋଧ ପ୍ରଦର୍ଶନ କରିଥିଲେ।

ଜୟଶଙ୍କରଙ୍କୁ ଆକ୍ରମଣ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର ଆଗକୁ ଦୌଡ଼ିଯାଉଛି ଏବଂ ସେଠାରେ ଲଣ୍ଡନ ପୁଲିସ ସମ୍ମୁଖରେ ଭାରତୀୟ ଜାତୀୟ ପତାକାକୁ ଚିରି ଦେଉଛି। ଜୟଶଙ୍କରଙ୍କ ଗାଡ଼ିକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ ଏଭଳି ଆଚରଣ କରିବା ସମୟରେ ପୁଲିସ ନୀରବ ରହିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.